ଅର୍ଥ ଆତ୍ମସାତ ଅଭିଯୋଗରେ ସରପଞ୍ଚ ନିଲମ୍ବିତ

 ଚାନ୍ଦବାଲି : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ଅନ୍ତର୍ଗତ ଗୋପିନାଥପୁର ଗ୍ରାମ ପଞ୍ଚାୟତରେ ୮ ଜଣ ନାବାଳକ ଓ ନାବାଳିକାଙ୍କୁ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନାର ବିଭିନ୍ନ ପ୍ରକଳ୍ପରେ ଜବକାର୍ଡÿଧାରୀ ଶ୍ରମିକ ଭାବେ ଦର୍ଶାଇ ଟଙ୍କା ଆତ୍ମସାତ କରିବା ସରପଞ୍ଚଙ୍କୁ ମହଙ୍ଗା ପଡିଛି । ଏହି ଦୁର୍ନୀତିରେ ସରପଞ୍ଚଙ୍କ ସମ୍ପୃକ୍ତି ଜଣାପଡ଼ିବା ପରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ସଚିବ ଉକ୍ତ ପଞ୍ଚାୟତର ସରପଞ୍ଚ ବାପୁନ ବାରିକଙ୍କୁ ନିଲମ୍ବନ କରିଛନ୍ତି । ଭଦ୍ରକ ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ବିଭାଗୀୟ ସଚିବ ଚିଠି ନଂ ୨୪୫୪୫ / ୦୮. ୦୯. ୨୦୨୫ ଜରିଆରେ ଗୋପୀନାଥପୁର ପଞ୍ଚାୟତକ୍ସ ସରପଞ୍ଚ ବାପୁନ ବାରିକଙ୍କୁ ନିଲମ୍ବନ କରିଥିବା ଜଣାପଡିଛି । ସୂଚନା ଅନୁଯାଇ ଉକ୍ତ ପଞ୍ଚାୟତ ଅନ୍ତର୍ଗତ କେଶରପୁର ଗ୍ରାମର ଅଞ୍ଜଳି ପରିଡ଼ା, ଗୋପିନାଥପୁର ଗ୍ରାମର ମଧୁସୂଦନ ପରିଡ଼ା, ଜମୁନା ପରିଡ଼ା, ସଞ୍ଜୁକ୍ତା ସେନାପତି, ଚନ୍ଦ୍ର ଶେଖର ପରିଡ଼ାଙ୍କ ସମେତ ବାଲିପଦା ଗ୍ରାମର ଶୁଭମ ସାହୁ, ବିଶ୍ୱଜିତ୍ ପଣ୍ଡା, ଜାଜ୍ଞସେନୀ ବେହେରା, କାଳନ୍ଦୀ ସାହୁ, ବିକାଶ ବେହେରାଙ୍କ ନାମ ରେ ଜାଲି ଆଧାରକାର୍ଡÿ ପ୍ରସ୍ତୁତ କରି ୨୦୨୧-୨୨ ରୁ ୨୦୨୩-୨୪ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପରେ କାର୍ଯ୍ୟ କରିଥିବା ଦର୍ଶାଇ ମନରେଗା ଯୋଜନାରେ ମୋଟ ୮୩ ହଜାର ୯୪୪ ଟଙ୍କା ପ୍ରଦାନ କରାଯାଇଥିଲା  । ଏହା ଜଣିବା ପରେ ସାମାଜିକ କର୍ମୀ ହିମାଂଶୁ ଶେଖର ନାୟକ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମେତ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ର ସ୍ୱତନ୍ତ୍ର ପ୍ରକଳ୍ପ ନିଦେ୍ର୍ଦଶକ, ମୁଖ୍ୟ ଶାସନ ସଚିବ, ଭଦ୍ରକ ଜିଲ୍ଲାପାଳ, ଭଦ୍ରକ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଗତ ବର୍ଷ ଅଗଷ୍ଟ ମାସ ୬ ତାରିଖରେ ଲିଖିତ ଅଭିଯୋଗ କରିଥିଲେ  । ଶ୍ରୀ ନାୟକଙ୍କ ଅଭିଯୋଗ ପରେ ଭଦ୍ରକ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ନିଦେ୍ର୍ଦଶ କ୍ରମେ ଜିଲ୍ଲା ପରିଷଦ କାର୍ଯ୍ୟାଳୟର ମନରେଗା ସଂଯୋଜକ ଓ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଉକ୍ତ ପଞ୍ଚାୟତକୁ ଗସ୍ତକରି ତଦନ୍ତ କରିଥିଲେ  । ତଦନ୍ତ ସମୟରେ ୮ ଜଣ ଛାତ୍ର ଛାତ୍ରୀଙ୍କ ହାଇସ୍କୁଲ ସାର୍ଟିଫିକେଟ ସହ ଜାଲି ଆଧାର କାର୍ଡÿ ରେ ଉଲ୍ଲେଖ ଥିବା ଜନ୍ମ ତାରିଖ ମଧ୍ୟରେ ତାଳମେଳ ନଥିବା ରିପୋର୍ଟରେ ଦର୍ଶାଇଥିଲେ । ଏହି ରିପୋର୍ଟ ଆଧାରରେ ସରପଞ୍ଚ ବାପୁନ ବାରିକ ନିଜ ପଦ ଓ କ୍ଷମତାର ଅପବ୍ୟବହାର କରିବା ସହ ଗ୍ରାମପଞ୍ଚାୟତ ଆଇନ-୧୯୬୪ ର ଧାରା ୧୯ ର ଉଲଂଘନ କରି ଉଦେ୍ଦଶ୍ୟମୂଳକ ଭାବେ ଏହି ଦୁର୍ନୀତି କରିଥିବା ବିଭାଗୀୟ ସଚିବ ଉଲ୍ଲେଖ କରିଛନ୍ତି । ତେଣୁ ଗ୍ରାମ ପଞ୍ଚାୟତ ଆଇନ-୧୯୬୪ ର ଧାରା ୧୧୫(୨) ବଳରେ ତାଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡିଛି ।