ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ 

 ରାଜକନିକା : ରାଜକନିକା ଶିକ୍ଷା ମଣ୍ଡଳ ପକ୍ଷରୁ ଓଳାଶୁଣି ଗୁମ୍ଫା ଠାରେ ବିଇଓ ନଳିନୀକାନ୍ତ ରାଉତରାୟଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ରାଜକନିକା ଶିକ୍ଷା ମଣ୍ଡଳ ଅଧୀନ ୧୪୯ ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ୨ ଜଣ ଲେଖାଏଁ ଛାତ୍ରଛାତ୍ରୀ ତଥା ୧୭ ଟି କ୍ଲଷ୍ଟରରୁ ୧୭ ଜଣ ସିଆରସିସି ଓ ୨ ଜଣ ଲେଖାଏଁ ଗାଇଡ୍ ଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କ ସହିତ ବିଆରସିସି ଓ ବିଇଓ ଅଫିସର ସମସ୍ତ କର୍ମଚାରୀ ଲଳିତ ଗିରି, ରତ୍ନଗିରି ଓ ଶେଷରେ ଓଳାଶୁଣି ଗୁମ୍ଫାରେ ବିଭିନ୍ନ ଐତିହ ରାଜି ଦେଖି ଫେରିଥିଲେ । କାର୍ଯ୍ୟକ୍ରମଟି ରାଜକନିକା ବିଇଓ ଅଫିସ ତତ୍ତ୍ୱାବଧାନରେ ହୋଇଥିଲା ।