ଗଣେଶ ଭସାଣିରେ ଗଣ୍ଡଗୋଳ, ୨ ଗିରଫ

 ସୁକିନ୍ଦା:  ଏହି ଥାନା ଅନ୍ତର୍ଗତ ଦାମୋଦରପୁର ଗ୍ରାମରେ ଗଣେଶ ଭଷାଣୀ ସମୟରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହି ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ମୁତାବକ ଗତ ସୋମବାର ରାତିରେ ଦାମୋଦର ଗ୍ରାମରେ ଠାକୁର ଭଷାଣୀ ସମୟରେ ଗ୍ରାମର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା । ଗଣ୍ଡଗୋଳରେ ଅନେକ ଆହତ ହୋଇବା ବେଳେ ଉଭୟ ପକ୍ଷରୁ ଥାନାରେ ଦୁଇଟି ଲିଖିତ ଅଭିଯୋଗ ହୋଇଥିଲା । ପୁଲିସ ଲିଖିତ ଅଭିଯୋଗକୁ ଭିତିକରି ମାମଲା ରୁଜ୍ଜୁ କରି ସିପୁ ବେହେରା ଓ ପବିତ୍ର ପଲେଇକୁ ଗିରଫ କରି ବୁଧବାର ଦିନ କୋର୍ଟ ଚାଲାଣ କରିଥିବା ସୁକିନ୍ଦା ଥାନା ଏସ ଆଇ କଳ୍ପଲତା ସୂଚନା ଦେଇଛନ୍ତି ।