ଅର୍ଥ ହେରଫେର; ସରପଞ୍ଚ ଓ ପିଇଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଦେ୍ର୍ଦଶ

 ପାଣିକୋଇଲି: ସରକାରୀ ଅର୍ଥ ହେରଫେର୍ ଘଟଣାକୁ ନେଇ ଅଡୁଆରେ ପଡ଼ିଛନ୍ତି କୋରେଇ ବ୍ଲକ ପାଣିକୋଇଲି ପଞ୍ଚାୟତ ସରପଞ୍ଚ ପଦ୍ମାବତୀ ପଣ୍ଡା ଏବଂ ପ୍ରାକ୍ତନ ପିଇଓ ସୁଦେଷ୍ଣା ସାମଲ । ଉଭୟଙ୍କ ଠାରୁ ଅର୍ଥ ଆଦାୟ ସହ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପଞ୍ଚାୟତରାଜ ସଚିବଙ୍କ ପକ୍ଷରୁ ଯାଜପୁର ଜିଲାପାଳଙ୍କ ସମେତ ଡିପିଓ, ବିଡିଓ କୋରେଇଙ୍କ ସମେତ ଅନ୍ୟ ଅଧିକାରୀଙ୍କୁ ନିଦେ୍ର୍ଦଶ ହୋଇଛି । ୨୦୨୩-୨୪ ଆର୍ଥିକ ବର୍ଷରେ ପଞ୍ଚାୟତ ପକ୍ଷରୁ ଖର୍ଚ୍ଚ ହୋଇଥିବା ଅର୍ଥର ଅଡିଟ କରାଯାଇଥିଲା । ଉକ୍ତ ଅଡିଟରେ ପଞ୍ଚାୟତର ମୋଟ ୧ଲକ୍ଷ ୨୧ହଜାର ଟଙ୍କା ହେରଫେର ହୋଇଥିବା ଜଣାପଡିଥିଲା । ଅଡିଟରେ ପୂର୍ବତନ ପିଇଓ ସୁଦେଷ୍ଣା ସମାଲ ୪୪ ହଜାର ୨୦୦ଟଙ୍କା ଓ ଅର୍ଜ୍ଜୁନ ବରାଳ ୪୭ହଜାର ୨୦୦ଟଙ୍କା ଏବଂ ସରପଞ୍ଚ ପଦ୍ମାବତୀ ପଣ୍ଡା ୨୯ହଜାର ୬୦୦ଟଙ୍କା ହେରଫେର କରିଥିବା ଜଣାପଡିଥିଲା । ଏନେଇ ପଞ୍ଚାୟତ ବିଭାଗ ଚିଠି ସଂଖ୍ୟା ୧୫୧୭୧/୨୫ରେ ସଚିବ ରଂଜିତ ବେହେରା ଏହି ଚିଠି କରିଛନ୍ତି ।୨୦୨୩-୨୪ ଆର୍ଥିକ ବର୍ଷରେ ସରପଞ୍ଚଙ୍କ ସମେତ ଅଧିକାରୀ ମାନେ ପଞ୍ଚାୟତ ଅର୍ଥକୁ ଆତ୍ମସାତ କରିଥିବାରୁ ସମ୍ପୃକ୍ତ ଅଧିକାରୀ ଓ ଜନପ୍ରତିନିଧିଙ୍କ ଠାରୁ ଉକ୍ତ ଟଙ୍କା ଆଦାୟ ସହିତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ପଞ୍ଚାୟତରାଜ ସଚିବ ନିଦେ୍ର୍ଦଶ ଦେଇଛନ୍ତି । ଏଭଳି ନିଦେ୍ର୍ଦଶ ପରେ ସରପଞ୍ଚ ଏବଂ ସରକାରୀ କର୍ମଚାରୀଙ୍କ ପୋଲ ଖୋଲି ଯାଇଛି । ତେବେ ସଚିବଙ୍କ ନିଦେ୍ର୍ଦଶ ମତେ ଜିଲାପାଳ ବା ବିଭାଗୀୟ ଅଧିକାରୀ କେତେଶିଘ୍ର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ନାଁ ଆଇନର ଆଶ୍ରୟ ନେବାକୁ ସମୟ ଦେଉଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଛି ।