ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ପରଲୋକ

 ବେତନଟୀ: ବେତନଟୀ ବ୍ଲକର ବାହାନଡା ମଧ୍ୟ ଇଂରାଜୀ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ନିରଞ୍ଜନ ଲେଙ୍କା(୭୬)ଙ୍କର ପରଲୋକ ହୋଇଯାଇଛି । ସେ ଦୀର୍ଘଦିନ ଧରି କ୍ୟାନ୍ସର ଭଳି ଦୁରାରୋଗ୍ୟରେ ପିଡିତ ଥିଲେ । ସେ ସ୍ୱର୍ଗତ ମନମୋହନ ଲେଙ୍କାଙ୍କର କନିଷ୍ଠପୁତ୍ର ଥିଲେ । ସ୍ୱର୍ଗତ ଲେଙ୍କା ଏକଦା ଦୁର୍ଗାପୁର ପୂର୍ଣ୍ଣିମା ପ୍ରାଇଭେଟ୍ ସିଟି ସ୍କୁଲର ପରିଚାଳକ ଓ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଭଳି ଦାୟିତ୍ୱ ନିର୍ବାହ କରିଥିଲେ । ଜଣେ ଉତ୍ତମ ସଂଗଠକ, ସଫଳ ଶିକ୍ଷକ ଭାବେ ସେ ପରିଚିତ ଥିଲେ । ବାହାନଡା ଗ୍ରାମର ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ତାଙ୍କର ଅବଦାନ ରହିଥିଲା । ତାଙ୍କର ଅକାଳ ବିୟୋଗରେ ବରିଷ୍ଠ ସାମ୍ବାଦିକ ଅରୁଣ କୁମାର ଓତାଙ୍କ ସମେତ ବେତନଟୀ ବ୍ଲକନିମ୍ନମାଧ୍ୟମିକ ଶିକ୍ଷକ ସଂଘର ତତ୍କାଳୀନ ସଭାପତି ହରିଶଚନ୍ଦ୍ର ନନ୍ଦଗୋସ୍ୱାମୀ ଓ ଜିଲ୍ଲାସମ୍ପାଦକ ସଚ୍ଚିଦାନନ୍ଦ ମହାନ୍ତି ଏବଂ ସାମ୍ବାଦିକ ଅଜୟ କୁମାର କର ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି ।