ବ୍ଲକସ୍ତରୀୟ ଜଳ ବିଭାଜିକା ମହୋତ୍ସବ
କବାଟବନ୍ଧ: ଧର୍ମଶାଳା ବ୍ଲକ କମାଗଡ଼ ପଞ୍ଚାୟତ ହିଙ୍ଗୁଳା ପଡିଆ ଠାରେ ଜଳ ବିଭାଜିକା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଉତ୍ସବକୁ ଯାଜପୁର ଅତିରିକ୍ତ ଜିଲାପାଳ ନବକୃଷ୍ଣ ଜେନା ଉଦ୍ଘାଟନ କରିଥିଲେ । ଅତିଥି ଭାବେ ଜିଲା ଜଳବିଭାଜିକା ପ୍ରକଳ୍ପ ନିର୍ଦେଶକ ରମାକାନ୍ତ ପରିଡା, ସାଂସଦଙ୍କ ପ୍ରତିନିଧି କୃଷ୍ଣଚନ୍ଦ୍ର ପାତ୍ର, ବୈଜ୍ଞାନିକ କୃଷି ବିଜ୍ଞାନ କେନ୍ଦ୍ର ବଡ଼ଚଣା ଲଳିତ କୁମାର ମହାନ୍ତି, କୃଷି ଜିଲ୍ଲା ଅଧିକାରୀ ଅରୁଣ କୁମାର ପାତ୍ର, ଜିଲା ମସ୍ୟ ଅଧିକାରୀ ପ୍ରମୋଦ କୁମାର ରାଉତ, ସହକାରୀ ନିର୍ଦେଶକ କୃଷି ଉଦ୍ୟାନ ବିଭାଗ ରାଧାଶ୍ୟାମ ବେହେରା, ସହକାରୀ କୃଷି ଯନ୍ତ୍ରୀ ସର୍ଫରାଜ ମହମ୍ମଦ, ପଶୁସମ୍ପଦ ଅଧିକାରୀ ଧର୍ମଶାଳା ସାଇସ୍ୱରୂପ ନନ୍ଦ, ଜଳ ବିଭାଜିକା ସଂଯୋଜକ ସୁନୀଲ କୁମାର ଜେନା, ସହକାରୀ ନିର୍ଦେଶକ ମୃର୍ତିକା ସଂରକ୍ଷଣ ଋତୁପର୍ଣ୍ଣା ଜେନା, ସହକାରୀ କୃଷି ଅଧିକାରୀ ଧର୍ମଶାଳା ଆଶିଷ ବେହେରା, କମାଗଡ ସରପଂଚ ବିପିନ ଓଝା, ଅଣ୍ଟିଆ ସରପଞ୍ଚ ଲତା ସେଠୀ, ସମାଜସେବୀ କୀର୍ତନ ନାୟକ ସମେତ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ସରକାରଙ୍କ ଜନ ସଚେତନତା, ପ୍ରାକୃତିକ ସମ୍ପଦର ସୁବିନିଯୋଗ,ଜଳ ସଂରକ୍ଷଣ ସମ୍ବନ୍ଧୀୟ ଉପରେ ଆଲୋକପାତ କରିଥିଲେ । ଜୋରି ନାଳ ଅଣୁ ଜଳବିଭାଜିକା ସଭାପତିଙ୍କୁ ସମ୍ମାନିତ କରିବା ସହିତ ମୃର୍ତିକା ଓ ଜଳ ସଂରକ୍ଷଣ ଚିତ୍ରାଙ୍କନ ପ୍ରତିଯୋଗିତାରେ ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।