ବିଜେଡିକୁ କଟାକ୍ଷ କଲା ବିଜେପି

 ଧର୍ମଶାଳା : ରାଜ୍ୟରେ ଦୁଷ୍କର୍ମ ବଢି ଚାଲିଥିବା ବେଳେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି ବୋଲି ଅଭିଯୋଗ କରି ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ଆଜି ବିଭିନ୍ନ କଲେଜ ସମ୍ମୁଖରେ ପ୍ରତିବାଦ କରାଯାଇଥିଲା । ତେବେ ଏହା ବିଜେଡିର କୁମ୍ଭିର କାନ୍ଧଣା କନ୍ଧୁଛି ବୋଲି ବିଜେପି କହିଛି । ବିଜେପି ସରକାରକୁ ଅଜଥାରେ ବଦନାମ କରିବାକୁ ବିଜେଡି କରିଥିବା ଷଡଯନ୍ତ୍ରକୁ ସାଧାରଣ ଲୋକେ ପ୍ରତ୍ୟାଖ୍ୟାନ କରିଛନ୍ତି । ବିଜେଡି ଏବେ ନାରୀମାନଙ୍କୁ ନେଇ ରାଜନିତି କରୁଥିବା ବେଳେ ସେମାନେ ଶାସନରେ ଥିବା ବେଳେ ଧର୍ମଶାଳା ଅଂଚଳରେ ଘଟିଥିବା ପିଇଓ ସ୍ମିତାରାଣୀ ହତ୍ୟା ମାମଲାରେ ପୁର୍ବତନ ବିଧାୟକ କାହିଁକି ଚୁପ ହୋଇ ବସିରହିଥିଲେ ବୋଲି ବିଜେପି ପ୍ରଶ୍ନ ପଚାରିଛି । ବିଜେଡି ସରକାର ଅମଳରେ ଘଟିଥିବା ମମିତା, ପିହୁ ବେବିନା, ପରି ଭଳି ଅନେକ ଘଟଣାଘଟିଛି । ହେଲେ କାହାରିକି ଉକ୍ତ ସରକାରରେ ନ୍ୟାୟ ମିଳିନାହିଁ । ସେହିଭଳି ନବଦାସ ହତ୍ୟାକାଣ୍ଡରେ ଆଜି ଯାଏଁ ମୁଖ୍ୟ ଦୋଷୀ ଧରାପଡି ନାହିଁ । ଓଡିଆ ଅସ୍ମିତାକୁ ଆଧାର କରି ଶାସନକୁ ଆସିଥିବା ମୋହନ ସରକାରରେ କୁକର୍ମକାରୀମାନଙ୍କୁ ଉଚିତ ଦଣ୍ଡ ମିଳିବ ବୋଲି ଧର୍ମଶାଳା ବିଜେପି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଧର୍ମଶାଳା ନିର୍ବାଚନମଣ୍ଡଳୀ ଜାରକା କୁମାରୀସ୍ଥିତ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏସାମ୍ବାଦିକ ସମ୍ମିଳନୀରେ ବାରବାଟୀ ମଣ୍ଡଳ ସଭାପତି ତୀର୍ଥରାଜ ପଣ୍ଡା,ଆରୁହା ମଣ୍ଡଳ ସଭାପତି ଜିତେନ୍ଦ୍ର ରାଉତ,ପାଟପୁର ମଣ୍ଡଳ ସଭାପତି ଦେବଦତ ରାଉତ, କୋତପୁର ମଣ୍ଡଳ ସଭାପତି ପ୍ରଶାନ୍ତ ନାୟକ, ଜେନାପୁର ମଣ୍ଡଳ ସଭାପତି ଶ୍ରୀବତ୍ସ ଧିର ପ୍ରମୁଖ ଯୋଗଦେଇ ସାମ୍ବାଦିକ ମାନଙ୍କୁ ସୂଚନା ପ୍ରଦାନ କରିଥିଲେ ।