ଅର୍ବାନ ବ୍ୟାଙ୍କ ଅନ୍ଲାଇନ ସେବା ଆରମ୍ଭ

 ଜଟଣୀ : ଅଭିଭକ୍ତ ଦପୁ ରେଳପଥ ଅର୍ବାନ କୋପରେଟିଭ ସୋସାଇଟି ବ୍ୟାଙ୍କର ବାର୍ଷିକ ସାଧାରଣ ସଭା ମହାରାଷ୍ଟ୍ର, ନାଗପୁର ବାବା ସାହେବ ଆମ୍ବେଦକର କନଭେନ୍ସନ ସେଣ୍ଟରରେ ଅନୁଷ୍ଠିତ ହୋଇଛି । ନାଗପୁର ମଣ୍ଡଳ ପ୍ରଭନ୍ଧକ ଦୀପକ ଗୁପ୍ତା ମୁଖ୍ୟଅତିଥି ଭାବେ ଯୋଗଦେଇ ବହୁ ପ୍ରତିକ୍ଷୀତ ଅନ୍ଲାଇନ ସେବା ଆରମ୍ଭ କରିଥିଲେ । ପୂର୍ବତଟ ରେଳପଥ ପ୍ରିନସିପାଲ ସିପିଓ ତଥା ଅର୍ବାନ ବ୍ୟାଙ୍କ ନୋମିନେଟ ଡିରେକଟର ଏଲ ଭି ଏସ ଏସ ପାତ୍ରଡୁ , ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସ ଜେନେରାଲ ସେକ୍ରେଟାରୀ ରମେଶ ଚନ୍ଦ୍ର ସାହୁ,ଦପୁ ରେଳପଥ ଜେନେରାଲ ସେକ୍ରେଟାରୀ ଏସ ଆର ମିଶ୍ରା, ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳପଥ ଜେନେରାଲ ସେକ୍ରେଟାରୀ ପରମେଶ୍ୱର ଅନ୍ୟାନ୍ୟ ଅତିଥିଭାବେ ଯୋଗଦେଇଥିଲେ କ୍ଷ ଚେୟାରମ୍ୟାନ ଶୈଳେନ୍ଦ୍ର ପ୍ରତାପ ସିଂ ମଞ୍ଚ ପରିଚାଳନା କରିଥିଲେ । ଏହି ଅଧିବେଶନରେ ସର୍ବ ସମ୍ମତି କ୍ରମେ ଅନେକ ପଦକ୍ଷେପ ନିଆଯାଇଥିଲା । ଅନଲାଇନ ସେବା ଦ୍ୱାରା ହଲିଡେ ହୋମ ବୁକିଂ, ଲୋନ ପାଇଁ ଦରଖାସ୍ତ, ବାଲାନ୍ସ ଇନକ୍ୱାରୀ, କେୱାଇଏସ୍ ଦାଖଲ ଭଳି ଅନେକ କାରବାର ଘରେ ବସି କରିପାରିବେ । ଲୋନ୍ ଉପରେ ପୂର୍ବରୁ ଥିବା ଦଶ ଶତକଡା ସୁଧ ହାରକୁ ଏକ ଶତକଡା ସୁଧ ହ୍ରାସ କମାଯାଇ ୯ ଶତକଡା କରିବା, ଅତ୍ୟାଧୁନିକ ଏସି ହଲିଡେ ହୋମ, ସ୍ଥାୟୀ ଜମା ଉପରେ ଆଗରୁ ଥିବା ୬ ଶତକଡାକୁ ବଢ଼ାଇ ୭.୫ ଶତକଡାକୁ ବଢାଇବା, ଲୋନ ସୀମା କୋଡିଏ ଲକ୍ଷକୁ ବୃଦ୍ଧି ଭଳି ଅନେକ ପଦକ୍ଷେପ ଅଂଶୀଦାରଙ୍କ ସୁବିଧା ନିମନ୍ତେ ଘୋଷଣା କରାଯାଇଥିଲା । ଖୋର୍ଦ୍ଧାରୋଡ଼ ମଣ୍ଡଳ ଡାଇରେକ୍ଟର ନିରଞ୍ଜନ ମିଶ୍ର, ଜଗମୋହନ ଖୁଣ୍ଟିଆ, ଡ଼େଲିଗେଟ ଏଲ୍ଡି ମହାନ୍ତି, ସୁନୀଲ ପରିଡା, ସନ୍ତୋଷ ସେଠି, ଟି ନରେଶ କୁମାର ପ୍ରମୁଖ ଉପସ୍ଥିତ ଥିଲେ ।