ଖଣିରେ ଚଢ଼ଉ, ୩ ଗାଡ଼ି ଜବତ
ଜଟଣୀ : ଗଣେଶ ପୂଜାରେ ତଥା ଅନ୍ୟାନ କାର୍ଯ୍ୟକ୍ରମରେ ଜଟଣୀ ପୁଲିସର ବ୍ୟସ୍ତତାର ସୁଯୋଗ ନେଇ ଖଣି ଦଲାଲ ଓ ମାଫିଆମାନେ ପୁଣି ସକ୍ରିୟ ହୋଇ ଉଠିଥିବା ବେଳେ, ଶନିବାର ବିଳମ୍ବିତ ରାତ୍ରିରେ ଜଟଣୀ ଥାନାଧିକାରୀ ଷ୍ଟାଲିନ ବିଶ୍ୱାଳଙ୍କ ନିର୍ଧେଷ କ୍ରମେ ଏକ ପୁଲିସ ଟିମ କୁଦିଆରି ମହତାବ ନଗର ଏରିଆରେ କିଛି ରାଜନେତାଙ୍କ ଛାତ୍ରଛାୟାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଜମିରେ ବର୍ଷବର୍ଷ ଧରି ଧାରାବାହିକ ଭାବେ ଚାଲୁଥିବା ବେଆଇନ ମାଙ୍କଡା ପଥର ଖଣିରେ ଅଚାନକ ଚଢ଼ାଉ କରିଥିଲେ କ୍ଷ ତେବେ ପୁଲିସକୁ ଦେଖି ମାଫିଆ ଓ ଶ୍ରମିକ ମାନେ ଅନ୍ଧକାରର ସୁଯୋଗରେ ଚମ୍ପଟ ମାରିଥିବାବେଳେ, ଉକ୍ତ ବେଆଇନ ଖନନରେ ଲିପ୍ତ ଦୁଇଟି ହାଇୱା ଟ୍ରକ ଓ ଏକ ନମ୍ବର ବିହୀନ ଜେସିବି ମେସିନକୁ ଜବତ କରାଯାଇ ଥାନାକୁ ଅଣାଯାଇଥିଲା । ଏହି ଅଞ୍ଚଳରେ ଏହି ବେଆଇନ ଖଣି ଚଳାଇବା ପାଇଁ ବେଆଇନ ବସ୍ତିରେ ବାହାର ଜିଲ୍ଲାର ଶ୍ରମିକମାନେ ଆସି ରହିବା ସହିତ ବେଧଡକ ନିଶାକାରବାର ଚଳାଇବାକୁ ନେଇ ଅଞ୍ଚଳବାସୀଙ୍କ ଦୈନନ୍ଦିନ ଜୀବନ ଅଶ୍ୱସ୍ଥକର ହୋଇପଡିଛି । ଅପରପକ୍ଷେ ଥାନାଧିକାରୀଙ୍କ ଏଭଳି ପଦକ୍ଷେପକୁ ନେଇ ଖଣି ମାଫିଆଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ।