ଜିଲ୍ଲାର ୭ ଖେଳାଳି ମନୋନୀତ

 ଖୋର୍ଦ୍ଧା : ଓଡିଶା କ୍ରିକେଟ ଆସୋସିଏସନ ଆନୁକୂଲ୍ୟରେ ସେପ୍ଟେମ୍ବର ୧୭ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ କଟକ ବାରବାଟୀ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବାକୁ ଥିବା ଓଡ଼ିଶା ପ୍ରୋ ଟି-୨୦ ଲିଗ କ୍ରିକେଟ ଟୁର୍ନାମେଣ୍ଟରେ ଅଂଶ ଗ୍ରହଣ କରୁଥିବା ୬ଟି ଦଳରେ ଖେଳିବାକୁ ଥିବା ଖେଳାଳିଙ୍କ ନିଲାମ ପ୍ରକ୍ରିୟାରେ ଖୋର୍ଦ୍ଧା ଜିଲ୍ଲାରୁ ୭ ଜଣ ଖେଳାଳି ନିଲାମରେ ବିକ୍ରି ହୋଇ ବିଭିନ୍ନ ଫ୍ରାଞ୍ଚାଇଜ ପାଇଁ ମନୋନୀତ ହୋଇଛନ୍ତି । ଆର୍ଯ୍ୟଶ୍ରୀ ଦେବାଶିଷ ଭଟ୍ଟ ଭୁବନେଶ୍ୱର ଟାଇଗର୍ସ, ଦେବବ୍ରତ ପ୍ରଧାନ ଏବଂ ବିଶ୍ୱଭୂଷଣ ବିହାରୀ କେଉଁଝର ମାଇନର୍ସ, ରୁଦ୍ର ପ୍ରାସାଦ ମଲ୍ଲିକ ଏବଂ ଆଦିତ୍ୟ ଜୟସିଂ ପୁରୀ ଟାଇଟନ୍ସ, ରାକେଶ ପଟ୍ଟନାୟକ ଏବଂ ହେମନ୍ତ ରଥି ସମ୍ବଲପୁର ୱାରିୟର୍ସ ପାଇଁ ଖେଳିବାକୁ ମନୋନୀତ ହୋଇଛନ୍ତି । ଚଳିତ ବର୍ଷର ପ୍ରୋ ଟି ୨୦ ଲିଗ୍ରେ ଏତେ ସଂଖ୍ୟକ ଖେଳାଳୀ ଖୋର୍ଦ୍ଧା ଜିଲ୍ଲାର ମନୋନୀତ ହୋଇଥିବାରୁ ଖୋର୍ଦ୍ଧା ଜିଲ୍ଲା ଖେଳ ପ୍ରେମୀଙ୍କ ମଧ୍ୟରେ ଖୁସି ପରିଲକ୍ଷିତ ହୋଇଛି । ଜିଲ୍ଲା କ୍ରିକେଟ ସଙ୍ଘ ସଭାପତି ରାଜେନ୍ଦ୍ର ସାହୁ ଖେଳାଳିଙ୍କ ଉନ୍ନତ ପ୍ରଦର୍ଶନ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ୭ ଖେଳାଳିଙ୍କୁ ଖୋର୍ଦ୍ଧା ମିନି ଷ୍ଟାଡିୟମରେ ସମ୍ବର୍ଦ୍ଧିତ କରାଯିବ ବୋଲି ଆସୋସିଏସନ ସଂମ୍ପାଦକ ବିକାଶ ପ୍ରଧାନ ପ୍ରକାଶ କରିଛନ୍ତି ।