ଅଲ୍ ଇଣ୍ଡିଆ ସିଭିଲ୍ ସର୍ଭିସେସ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ: ଓଡ଼ିଶା ସଚିବାଳୟ ବିଜୟୀ
ଭୁବନେଶ୍ୱର: ଦିଲ୍ଲୀରେ ଖେଳାଯାଉଥିବା ଅଲ୍ ଇଣ୍ଡିଆ ସିଭିଲ୍ ସର୍ଭିସେସ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ (ସୁପର ନକ୍ ଆଉଟ୍)ରେ ଓଡ଼ିଶା ସଚିବାଳୟ ବିଜୟ ହାସଲ କରିଛି । କର୍ଣ୍ଣାଟକ ସହ ସମ୍ମୁଖୀନ ହୋଇ ଓଡ଼ିଶା ୧୨ ରନରେ ବିଜୟ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ଓଡ଼ିଶା ୨୦ ଓଭରରେ ମୋଟ ୧୫୬ ରନ ସଂଗ୍ରହ କରିଥିଲା । ଯେଉଁଥିରେ ଅବିନାଶ ଖଣ୍ଡୁଆଳ ୧୯ ବଲ୍ରୁ ୨୬ ରନ୍, ଶୁଭାଶିଷ ଜେନା ୧୬ ବଲ୍ରୁ ୨୫ ରନ୍, ସୌମ୍ୟ ସାମଲ ୧୨ ବଲ୍ରୁ ୧୯ରନ୍, ସ୍ୱରାଜ ଚୌଧୁରୀ ୧୩ ବଲ୍ରୁ ୧୬ ରନ୍ ଏବଂ ଅନୁରାଗ ପୃଷ୍ଟି ୯ ବଲ୍ରୁ ୧୩ ରନ୍ କରିଥିଲେ । ଏହାର ଯବାବରେ କର୍ଣ୍ଣାଟକ ୨୦ ଓଭରରେ କେବଳ ୧୪୪ ରନ କରି ୧୨ ରନରେ ପଛରେ ପଡ଼ିଯାଇଥିଲା ।