ଭୁବନେଶ୍ୱର ନୂଆ-ହାଇଦ୍ରାବାଦ ସ୍ୱତନ୍ତ୍ର ଟ୍ରେନର ସମ୍ପ୍ରସାରଣ

ଭୁବନେଶ୍ୱର : ଉତ୍ତମ ଯାତ୍ରା ସୁବିଧା ଜାରି ରଖିବା ଏବଂ ପାର୍ବଣ ଋତୁରେ ବର୍ଦ୍ଧିତ ଯାତ୍ରୀ ଚାହିଦା ପୂରଣ କରିବା ପାଇଁ ଭାରତୀୟ ରେଳବାଇ ହାଇଦ୍ରାବାଦ-ଭୁବନେଶ୍ୱର ନୂଆ-ହାଇଦ୍ରାବାଦ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନର ସେବାକୁ ପୂର୍ବ ସୂଚିତ ସମୟ, ରହଣି ଓ ସଂରଚନା ସହିତ ସମ୍ପ୍ରସାରଣ କରିବାକୁ ନିଷ୍ପତ୍ତି ନେଇଛି । ଟ୍ରେନ୍‌ ନମ୍ବର ୦୭୧୬୫ ହାଇଦ୍ରାବାଦ - ଭୁବନେଶ୍ୱର ନୂଆ ସାପ୍ତାହିକ ସ୍ୱତନ୍ତ୍ର ହାଇଦ୍ରାବାଦରୁ ପ୍ରତି ମଙ୍ଗଳବାର ଦିନ ନଭେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ଚାଲିବା ପାଇଁ  ସମ୍ପ୍ରସାରଣ କରାଯାଇଛି । ଟ୍ରେନ ନମ୍ବର ୦୭୧୬୬ ଭୁବନେଶ୍ୱର ନୂଆ-ହାଇଦ୍ରାବାଦ ସ୍ୱତନ୍ତ୍ର  ନଭେମ୍ବର ୨୬ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ନୂଆରୁ ପ୍ରତି ବୁଧବାର ଦିନ ଚାଲିବା ପାଇଁ ସମ୍ପ୍ରସାରଣ କରାଯାଇଛି । ଟ୍ରେନ୍‌ ନିମ୍ନଲିଖିତ ଷ୍ଟେସନଗୁଡ଼ିକରେ ରହଣି କରିବ: ସିକନ୍ଦରାବାଦ, ଚାର୍ଲାପାଲ୍ଲୀ, ନାଲଗୋଣ୍ଡା, ମିରିୟାଲାଗୁଡା, ସତ୍ତ ? ନାପାଲ୍ଲୀ, ଗୁଣ୍ଟୁର , ବିଜୟୱାଡା, ଗୁଡିଭାଡା, କାଇକାଲୁରୁ, ଆକିଭିଡୁ, ଭୀମଭରମ, ତନୁକୁ, ରାଜମଣ୍ଡ୍ରି, ସାମଲକୋଟ, ଆନ୍ନାଭରମ, ଅନାକାପାଲେ, ଦୁଭଭଡା, କୋଟ୍ଟାଭାଲସା, ବିଜୟନଗରମ୍‌,ଶ୍ରୀକାକୁଲମ ରୋଡ,ପଲାସା, ଖୋର୍ଦ୍ଧା ରୋଡ ଏବଂ ଭୁବନେଶ୍ୱର । କୋଚ୍‌ ସଂରଚନା: ଏହି ଟ୍ରେନରେ ୪ ଟି ୨ୟ ଶ୍ରେଣୀ ଏସି କୋଚ, ୮ ଟି ତୃତୀୟ ଶ୍ରେଣୀ ଏସି କୋଚ, ୬ ଟି ସ୍ଲିପର୍‌ ଶ୍ରେଣୀ କୋଚ, ୨ ଟି ଜେନେରାଲ୍‌ ଶ୍ରେଣୀ କୋଚ, ୨ ଟି ଲଗେଜ୍‌ କମ ଡିଭିଆଙ୍ଗଜାନ୍‌ କୋଚ୍‌ ଏବଂ ଜେନେରେଟର ମୋଟର କାର୍‌ ରହିବ ।