ଜନଶୁଣାଣି ବେଳେ ହଟ୍ଟଗୋଳ ଓ ପ୍ରକଳ୍ପକୁ ବିରୋଧ

 ଛତ୍ରପୁର : ଗଞ୍ଜାମ ଜିଲ୍ଲା ଗୋପାଳପୁର ପୋର୍ଟରେ ଏଲଏନଜି ଟର୍ମିନାଲ ଓ ଜେଟି ନିର୍ମାଣ ନେଇ ଆୟୋଜିତ ଜନଶୁଣାଣିରେ ପ୍ରବଳ ହଟ୍ଟଗୋଳଏବଂ ଘୋର ବିରୋଧ ଦେଖିବାକୁ ମିଳିଛି  । ତିନି ଖଣ୍ଡ ପଞ୍ଚାୟତର ଲୋକେ କମ୍ପାନୀକୁ ବିରୋଧକରି ଅଧାରୁ ବନ୍ଦ କଲେ ଜନଶୁଣାଣି । ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକର କାଳିପଲ୍ଲୀ ଗାଁରେ ବୁଧବାର ଦିନ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଜନଶୁଣାଣି ଆୟୋଜିତ ହୋଇଥିଲା  । ଗୋପାଳପୁର ବନ୍ଦର ଠାରେ ମେସର୍ସ ପ୍ରୋଟନେଟ ଏଲଏନଜି ଲିମିଟେଡ଼ ଦ୍ୱାରା ପ୍ରସ୍ତାବିତ ଭାସମାନ ଷ୍ଟୋରେଜ ଏବଂ ରିଗ୍ୟାସିଫିକେସନ ୟୁନିଟ ଆଧାରିତ ଏଲଏନଜି ଟର୍ମିନାଲ ଏବଂ ଜେଟି ନିର୍ମାଣ ନିମନ୍ତେ ପରିବେଶୀୟ ମଞ୍ଜୁରୀ ପାଇଁ ଜନଶୁଣାଣିକୁ ହୋଇଥିଲା । ଏଥିରେ କାଳିପଲ୍ଲୀ, କଣମଣା ଓ ଆର୍ଯ୍ୟପଲ୍ଲୀ ପଞ୍ଚାୟତର ଗ୍ରାମବାସୀମାନେ ଯୋଗ ଦେଇଥିଲେ  । ଜନଶୁଣାଣି ଆରମ୍ଭ ହେବା ପରେ ପ୍ରାୟ ଅଧିକାଂଶ ଲୋକ ନିଜ ମତାମତ କମ୍ପାନୀ ବିରୋଧ ରଖିଥିଲେ  । ୧୫ଜଣ ଲୋକଙ୍କ ମତାମତ ସରିବା ପରେ ହଟ୍ଟଗୋଳ ଆରମ୍ଭ ହୋଇଥିଲା  । ପ୍ରଦୂଷଣ ବୋର୍ଡ କର୍ତ୍ତୃପକ୍ଷ, କମ୍ପାନୀ ଓ ତିନି ପଞ୍ଚାୟତର ଲୋକଙ୍କ ମଧ୍ୟରେ ହଟ୍ଟଗୋଳ ଚାଲିଥିଲା । ପୁଲିସ ବୁଝାସୁଝା ପରେ ପାଟିତୁଣ୍ଡ ବନ୍ଦ ହୋଇଥିବା । ଅଂଚଳରେ ପୂର୍ବରୁ କମ୍ପାନୀଗୁଡିକ ଆମକୁ ଭୁଆଁ ବୁଲାଇଛନ୍ତି । ସେଥିପାଇଁ ଆମକୁ କେବେ ବିଶ୍ୱାସ ହେଉନଥିବାରୁ ଏହାକୁ ବାତିଲ କରାଯାଉ ବୋଲି ବହୁ ନେତା ଦାବି କରିଥିଲେ । ଗୋଟିଏ ପେଟ କଇଁଚ ନାଁରେ ଆମକୁ ହଇରାଣ କରାଯାଉ ଥିବାବେଳେ ଅନ୍ୟପଟେ କମ୍ପାନୀ  । କଂପାନୀ ର ନିର୍ଗତ ବିଷାକ୍ତ ଗ୍ୟାସ ଦ୍ୱାରା ସ୍ଥାନୀୟ ଅଂଚଳ ବାସି ସହଜରେ ଶିକାର ହେବେ  । ଆମର ଜୀବନ ଜୀବିକା ଛଡ଼ାଇବାକୁ ଚେଷ୍ଟା କରାଯାଉଛି ବୋଲି ଆର୍ଯ୍ୟପଲ୍ଲୀ ର ବହୁ ଯୁବଗୋଷ୍ଠୀ କହିଥିଲେ  ।  ପ୍ରଥମେ ୱାଲ କରାଯାଉ, ନଚେତ ଗଞ୍ଜାମ ଜିଲ୍ଲା ମାନଚିତ୍ର ରେ ଆର୍ଯ୍ୟପଲ୍ଲୀ ପଂଚାୟତ ହଜିଯିବ ବୋଲି ମଧ୍ୟ କହିଛନ୍ତି  । କମ୍ପାନୀ ଗୁଡିକ ପ୍ରଥମେ ବିଭିନ୍ନ ସରସ ସୁନ୍ଦର କହି ଏଠାରେ ପ୍ଲାଣ୍ଟ ସ୍ଥାପନ କରି ପରେ ଆମକୁ ଧୋକା ଦେଉଛନ୍ତି  । ପରେ ନା ପ୍ରଶାସନ ଗୁହାରୀ ଶୁଣିଛନ୍ତି ନା କମ୍ପାନୀ କର୍ତ୍ତୃପକ୍ଷ  । ଯେକୌଣସି କମ୍ପାନୀ ଜନଶୁଣାଣୀ ସମୟରେ ଅନେକ ସ୍ଥାନୀୟ ବାସିନ୍ଦାଙ୍କୁ ନିଯୁକ୍ତି ସୁଯୋଗ, ସ୍ୱାସ୍ଥ୍ୟ ସେବାରେ ଉନ୍ନତି ସହ ଅନେକ ସୁବିଧା ପ୍ରଦାନ ନେଇ ପ୍ରତିଶୃତି ଦେଇଥାନ୍ତି  । କିନ୍ତୁ କମ୍ପାନୀ ହେବା ପରେ ସୁବିଧା ତ ଦୂରର କଥା ଗ୍ରାମବାସୀଙ୍କୁ ନାହିଁ ନଥିବା ରୋଗ ହେବା ସହିତ ଅନେକ ସମସ୍ୟାରେ ପଡିଥାନ୍ତି  । ଜମି ନେବା ପରେ ଲୋକଙ୍କୁ କାମ ଦେଉନାହିଁ ଓ ଅଳ୍ପ ସଂଖ୍ୟକ ଲୋକଙ୍କୁ କାମ ଦେଲେ ମଧ୍ୟ ନିୟମିତ ଦରମା ଦେଉନାହିଁ  । ବାହାର ଲୋକଙ୍କୁ ଆଣି କାମ ଦେଉଛନ୍ତି କମ୍ପାନୀ ମାନେ  । ଯାହାଫଳ ରେ ସ୍ଥାନୀୟ ଲୋକ ଦାଦନ ଖଟିବାକୁ ବାଧ୍ୟ ହେଉଛନ୍ତି  । ତେଣୁ ପୂର୍ବରୁ ଅନେକ କମ୍ପାନୀ ହେବା ଦ୍ୱାରା ଏହି ଅଞ୍ଚଳରେ ଜଳ ବାୟୁ ଦୂଷିତ ହୋଇ କାମଳ ଓ କିଡନୀ ଭଳି ଦୂରାରୋଗ ବଢୁଛି  । ତେଣୁ ଯେଉଁ କମ୍ପାନୀ ହେବ ତାହାର ସବିଶେଷ ତଥ୍ୟ ଦେବା ସହ ନିଯୁକ୍ତି ସୁଯୋଗ ନେଇ ଲିଖିତ ଭାବେ ଦେବା ସହ ତିନି ପଞ୍ଚାୟତର ବାସିନ୍ଦାଙ୍କ ପାଇଁ ସମସ୍ତ ପ୍ରକାରର ଆନୁସଙ୍ଗିକ ସୁବିଧା କରିବା ପରେ ତାହା ଚିନ୍ତା କରାଯିବ ବୋଲି ମଧ୍ୟ ଯୋଗଦେଇ ଥିବା ଲୋକମାନେ ଦାବି କରିଥିଲେ  ।