ଅଳକୁଣ୍ଡରେ ଡାଇରିଆ ସଚେତନତା ଶିବିର 

 ସିଂହପୁର: ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଅଳକୁଣ୍ଡ ପଞ୍ଚାୟତରେ ସରପଞ୍ଚ ସୁଶାନ୍ତ ଦାସଙ୍କ ନେତୃତ୍ୱରେ ଡାଇରିଆ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ବିଞ୍ଝାରପୁର ତହସିଲଦାର ସୁଧାଶୁ ସାଓ, ସ୍ୱାସ୍ଥ୍ୟକର୍ମୀ, ଆଶା, ଅଙ୍ଗନବାଡି କର୍ମୀ ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲାରେ ଡାଇରିଆ ସ୍ଥିତି ଉଦବେଗ ଜନକ ଥିବା ବେଳେ ବିଞ୍ଝାରପୁର ଅଞ୍ଚଳରେ ମଧ୍ୟ ସ୍ଥିତି ସୁଧୁରିନାହିଁ । ତେଣୁ ଲୋକ ମାନଙ୍କୁ ନିରନ୍ତର ଭାବେ ସଚେତନ କରିବା ସହିତ ବସୁଦ୍ଧ ପାନୀୟ ଜଳ ବ୍ୟବହାର କରିବା ଏବଂ ବାହାର ଖାଦ୍ୟ ନଖାଇ ଘରେ ପ୍ରସ୍ତୁତ ରନ୍ଧାଖାଦ୍ୟ ଖାଇବା ପାଇଁ ଗୁରୁତ୍ୱ ଦେବା ସାହିତ ନିୟମିତ ବ୍ୟବଧାନରେ ଏବଂ ଖାଦ୍ୟ ଗ୍ରହଣ ପୂର୍ବରୁ ଓ ଶୈାଚ ପରେ ସାବୁନରେ ହାତ ଧୋଇବାକୁ  ଶିବିରରେ ସଚେତନତା କରାଯାଇଥିଲା । ଆଶା ଓ ଅଙ୍ଗନବାଡି କର୍ମୀ ଘର ଘର ବୁଲି ଲୋକଙ୍କୁ ସଚେତନ କରିବା ସହିତ ଯଦି କୌଣସି ବ୍ୟକ୍ତିଙ୍କ ଠାରେ ଡାଇରିଆ ଲକ୍ଷଣ ଥାଏ ତେବେ ସେମାନଙ୍କୁ ତୁରନ୍ତ ଚିକିତ୍ସାଳୟକୁ ପଠାଇବା ପାଇଁ ବ୍ୟବସ୍ଥା କରାଯିବା ପାଇଁ ବୈଠକରେ ନଷ୍ପତି ନିଆଯାଇଥିଲା ।