ଅସଂଖ୍ୟ ମଣିଷଙ୍କ ମଧ୍ୟରେ ବ୍ରଜସୁନ୍ଦର ଅନ୍ୟତମ; ଜଷ୍ଟିସ୍ ଶଶିକାନ୍ତ

 ସିଂହପୁର : ଓଡିଆ ଜାତି ପାଇଁ ଓଡିଆ ଭାଷା ପାଇଁ ଉକôଳପ୍ରାଣ ବ୍ରଜସୁନ୍ଦର ଦାସଙ୍କ ଯେଉଁ ଯେଉଁ ଅବଦାନ ରହିଛି ତାହା ଅତୁଳନୀୟ । ମଣିଷ ପଣିଆର ମାଇଲଖୁଣ୍ଟ ଥିଲେ ବ୍ରଜ ସୁନ୍ଦର ଦାସ । ତାଙ୍କ ସେବା ତ୍ୟାଗ ଓ ବଳିଦାନ ଆଜି ଏଜାତିକୁ ରୁଦ୍ଧିମନ୍ତ କରିଛି । ପ୍ରତ୍ୟେକଟି ଓଡିଆ ବ୍ରଜସୁନ୍ଦରଙ୍କ ଜୀବନୀ ଅନୁଶିଳନ କଲେ ସେ ଜାଣି ପାରିବେ ସେ ଅସଂଖ୍ୟ ମଣିଷଙ୍କ ମଧ୍ୟରୁ ଅନ୍ୟତମ ଥିଲେ ବୋଲି ଓଡିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ନ୍ୟାୟମୂର୍ତ୍ତି ଶଶିକାନ୍ତ ମିଶ୍ର ମତବ୍ୟକ୍ତ କରିଛନ୍ତି । ବିଞ୍ଝାରପୁର ବ୍ଲକର ଅଗ୍ରଣୀ ଶିକ୍ଷାନୁଷ୍ଠାନ ବ୍ରଜସୁନ୍ଦର ସରକାରୀ ଉଚ୍ଚ ବିଦ୍ୟାଳୟର  ୭୦ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନ୍ୟାୟମୂର୍ତ୍ତି ଶିଶିକାନ୍ତ ମିଶ୍ର ଏହା କହିଛନ୍ତି । ପୂର୍ବାହ୍ନରେ ନଶଶିକାନ୍ତ ମିଶ୍ର, ପଦ୍ମଶ୍ରୀ ପଣ୍ଡିତ ଡା ଅନ୍ତର୍ଯ୍ୟାମୀ ମିଶ୍ର ପ୍ରମୁଖ ସୟଦପୁର ସ୍ଥିତ ଉକôଳପ୍ରାଣ ବ୍ରଜସୁନ୍ଦର ଦାସଙ୍କ ତ୍ରୀଶାଣିଆ ଭବନରେ ପହଁଚିଥିଲେ । ଉକôଳ ପ୍ରାଣ ବ୍ରଜସୁନ୍ଦର ଦାସଙ୍କ ଦାୟଦ ନାତି ସୈାର୍ଯ୍ୟସୁନ୍ଦର ଦାସ, ସୈାଭାଗ୍ୟ ସୁନ୍ଦର ଦାସ, ଶିକ୍ଷାବିତ୍ ବିଜୟ କୁମାର ନାୟକ ପ୍ରମୁଖ ଅତିଥି ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାମ୍ପନ କରିଥିଲେ । ପରେ ଅତିଥି ବ୍ରସୁନ୍ଦର ଦାସଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ତାଙ୍କର କର୍ମକ୍ଷତ୍ର ଆଦିକୁ ବୁଲି ଦେଖିଥିଲେ । ଦାୟଦ ମାନେ ଅତିଥି ମାନଙ୍କୁ ର୍ବଜସୁନ୍ଦର ଦାସଙ୍କୁ ଜାତୀର ପିତା ମହାତ୍ମାଗାନ୍ଧୀ ଲେଖିଥିବା ହାତଲେଖା ଚିଠିକୁ ଦେଖାଇବା ସହ ଅନ୍ୟାନ୍ନ ସ୍ମୃତି ପ୍ରଦର୍ଶନ କରିଥିଲେ । ପରେ ଅତିଥି  ବିଦ୍ୟାଳୟରେ ପହଁଚି ପ୍ରତିଷ୍ଠା ଦିବରରେ ଯୋଗ ଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସାଗରୀକା ନାଥଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ନ୍ୟାୟମୂର୍ତ୍ତି ଶଶିକାନ୍ତ ମିଶ୍ର ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ପଦ୍ମଶ୍ରୀ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର, ସମ୍ମାନିତ ଅତିଥି ଭାବେ ମଣ୍ଡଳ ସାହଶିକ୍ଷାଧିକାରୀ ଦେବିଲାଲ ମଲ୍ଲିକ, ସୌର୍ଯ୍ୟସୁନ୍ଦର ଦାସ, ବିଦ୍ୟାଳୟର ପ୍ରତିଷ୍ଠାତା ଛାତ୍ର ଗୋବିନ୍ଦ ଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ବକ୍ତା ଉକôଳପ୍ରାଣ ବ୍ରଜସୁନ୍ଦର ଦାସଙ୍କ ତ୍ୟାଗପୁତ ଜୀବନ ସମ୍ପର୍କରେ ଆକଲୋଚନା କରିବା ସହ ଛାତ୍ରଛାତ୍ରୀ ମାନେ ତାଙ୍କପରି ଦେଶପ୍ରାଣ ହେବାକୁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟର କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍ମୃତ କରାଯାଇଥିଲା ।