ପ୍ରକାଶ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀ ଦେଲେ ବଡ଼ ଦାୟିତ୍ୱ ? ଜାଣନ୍ତୁ କ’ଣ
prakash mishra

ଭୁବନେଶ୍ୱର : ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ଭାବେ ନିଯୁକ୍ତି ଦିଆଯାଇଛି । ଜଣେ ଦକ୍ଷ ପୁଲିସ୍ ଅଫିସର ଭାବେ ତାଙ୍କର ଦେଶରେ ବି ସୁନାମ ରହିଛି । ନିକଟରେ ତାଙ୍କର ପ୍ରକାଶିତ ପୁସ୍ତକ କମେଡ଼ି ଇନ୍ ଖାକି ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଛି । ସେ ଅନେକ ଗୁମର ଖୋଲିଛନ୍ତି । ନବୀନ ଓ ପାଣ୍ଡିଆନଙ୍କ ବିଷୟରେ ଲେଖିଥିବା ଗୋପନ କଥାକୁ ନେଇ ଏବେ ଓଡ଼ିଶାରେ ବି ବେଶ୍ ଚର୍ଚ୍ଚା ହେଉଛି । ୨୦୧୯ରେ ସେ କଟକରୁ ବିଜେପି ଟିକେଟରେ ଲୋକସଭା ନିର୍ବାଚନ ଲଢ଼ିଥିଲେ ।