ଅସରାଏ ବର୍ଷାରେ ବିଦ୍ୟାଳୟ ପରିସରରେ ଆଣ୍ଠୁଏ ପାଣି ହିନସ୍ତା ହେଉଛନ୍ତି ଛାତ୍ରଛାତ୍ରୀ

ଚମ୍ପୁଆ : ଚମ୍ପୁଆ ଶିକ୍ଷା ବିଭାଗ ଅଧିନସ୍ତ ରଜିଆ ପଞ୍ଚାୟତର ଚତରି ସାହି ପ୍ରାଥମିକ ବିଦ୍ୟାଳୟର ଅବସ୍ଥା ଦିନକୁ ଦିନ ଦୟନିୟ ଦେବାରେ ଲାଗିଛି । ଅସରାୟ ବର୍ଷା ହେଲେ ବିଦ୍ୟାଳୟର ପ୍ରବେଶ ଦ୍ୱାର ଠାରୁ ଆରମ୍ଭ କରି ଶ୍ରେଣୀ ଗୃହ ପର୍ଯ୍ୟନ୍ତ ଆଣ୍ଠୁଏ ଲେଖାଏଁ ପାଣି ଜମା ରହୁଥିବା ବେଳେ ବିଦ୍ୟାଳୟକୁ ଆସୁଥିବା ଛାତ୍ରଛାତ୍ରୀ ଓ ଶିକ୍ଷକ ଠାରୁ ଆରମ୍ଭ କରି ଅଭିଭାବକ ପର୍ଯ୍ୟନ୍ତ ନାନା ସମସ୍ୟାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ୨୦୦୦ ମସିହାରେ ଏହି ଚତରି ସାହି ଠାରେ ଶିକ୍ଷାଦାନ ପାଇଁ ସରକାରୀ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହୋଇଥିଲା । ମାତ୍ର ବିଭିନ୍ନ ସଂଘର୍ଷ ଦେଇ ଗତି କରୁଥିବା ଏହି ବିଦ୍ୟାଳୟ ଦିନକୁ ଦିନ ତାର ଅସ୍ତିତ୍ୱ ହରାଇବାକୁ ବସିଲାଣି । ଚଳିତ ବର୍ଷ ଲଗାଣ ବର୍ଷା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ଅସରାୟ ବର୍ଷା ହେଲେ ଏହି ବିଦ୍ୟାଳୟ ପରିଷରରେ ଅଣ୍ଠୁଏ ଲେଖାଏଁ ପାଣି ଜମା ହୋଇରହୁଛି । ମାତ୍ର ଏଥିପ୍ରତି ଶିକ୍ଷା ବିଭାଗ ବା ପଞ୍ଚାୟତ ଅଧିକାରୀଙ୍କ ନଜର ପଡିପାରୁ ନାହିଁ । କୁନିକୁନି ପିଲାମାନେ ବିଦ୍ୟାଳୟକୁ ଆସୁଥିବା ବେଳେ ଏହି ପାଣି ଭିତରେ ପଶି କାଦ ସରସର ହୋଇ ବିଦ୍ୟାଳୟକୁ ଆସୁଛନ୍ତି । ଏ ନେଇ ସ୍ଥାନୀୟ ସରପଞ୍ଚ ସନ୍ତୋଶ ନାଏକଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ମୋ ପାଖରେ ଏ ନେଇ କୌଣସି ସୂଚନା ନାହିଁ ଆଜି ବିଦ୍ୟାଳୟ ଖୋଲିଲା ଦିନେ ଦୁଇଦିନ ମଧ୍ୟରେ ଉକ୍ତ ବିଦ୍ୟାଳୟକୁ ଯାଇ ଆବଶ୍ୟକ ପଦକ୍ଷେପ ନିମନ୍ତେ ଖର୍ଚ୍ଚ ଅଟକଳ କରାଯିବା ସହିତ ଚମ୍ପୁଆ ବିଡିଓଙ୍କ ଦୃଷ୍ଟିକୁ ଅଣାଯାଇ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ।