ଅସହାୟ ମହିଳାଙ୍କୁ ଉଦ୍ଧାର କଲା ସ୍ୱେଚ୍ଛାସେବୀ ଅନୁଷ୍ଠାନ
କେନ୍ଦ୍ରାପଡା : କେନ୍ଦ୍ରାପଡା ପୌରାଞ୍ଚଳ ଅନ୍ତର୍ଗତ ଇଚ୍ଛାପୁର ନିକଟରେ ରାସ୍ତାକୁ ଲାଗିଥିବା ଏକ ପରିତ୍ୟକ୍ତ ଭଗ୍ନ ଗୃହରେ ଏକ ମାନସିକ ବିକାରଗ୍ରସ୍ତ ମହିଳା ଦୀର୍ଘଦିନ ହେଲା ରହି ଆସୁଥିଲେ । ଦୁର୍ଭାଗ୍ୟର ବିଷୟ ଗତ ତିନ ରୁ ଚାରିଦିନ ହେବ ସେହି ମହିଳା ଜଣକ ଅସୁସ୍ଥ ହୋଇ ପଡ଼ି ରହିଥିଲେ । ସ୍ୱେଚ୍ଛାସେବୀ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସଭାପତି ଦମନ ମହାନ୍ତି ଖବର ପାଇ ତାଙ୍କର କର୍ମକର୍ତ୍ତାଙ୍କୁ ନେଇ ସେହି ମହିଳାଙ୍କୁ ଉଦ୍ଧାର କରି ମେଡିକାଲରେ ଚିକିତ୍ସା କରାଇଥିଲେ । ତାଙ୍କୁ ଚିକିତ୍ସା ପରେ ସେ ସୁସ୍ଥ ଥିବାର ଜଣାପଡିଛି । ଆଜିର କାର୍ଯ୍ୟକ୍ରମରେ ନିଗମ ସାହୁ, ଅଭିନନ୍ଦନ ପଲାଇ, ଶିବୁନା ବେହେରା, ଅହିତ୍ରାସୁ ବେହେରା, ଦେବଦ୍ରତ ବେହେରା ଓ ଅଟୋ ଡ୍ରାଇଭର ରବି ଭାଇ ପ୍ରମୁଖ ସହଯୋଗ କରିଥିଲେ ।