ଧାନକିଣା ଟାର୍ଗେଟ୍ ବଢେଇବାକୁ ଦାବି 

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅଧିନ ନରସିଂହପୁର କୃଷି ସମବାୟ ସମିତିର ପଞ୍ଜିକୃତ ଚାଷୀମାନେ ଚାଷୀ ନେତା ନୀର ପଟ୍ଟନାୟକଙ୍କ ନେତୃତ୍ୱରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଧାନକ୍ରୟ ଲକ୍ଷ୍ୟ ବଢାଇବା ପାଇଁ ଦାବି କରିଛନ୍ତି । ଏହି ମଣ୍ଡିରେ ଧାନ ବିକ୍ରୟ ପାଇଁ ପଞ୍ଜିକୃତ ହୋଇଥିବା ଚାଷୀଙ୍କ ମଧ୍ୟରୁ ଅଧିକାଂଶ ଚାଷୀ ଧାନ ବିକ୍ରୟ କରିଥିବା ବେଳେ ପ୍ରାୟ ଶତାଧିକ ଚାଷୀ ଧାନ ବିକ୍ରୟର ସୁଯୋଗ ପାଇପାରି ନାହାଁନ୍ତି । ମଣ୍ଡିକୁ ଅଧିକ ୨ ହଜାର କ୍ୱିଣ୍ଟାଲ ଧାନ କ୍ରୟ ପାଇଁ କ୍ଷମତା ପ୍ରଦାନ କରିବାକୁ ଜିଲ୍ଲପାଳ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚାଷୀମାନେ ଦାବି କରିଛନ୍ତି । ଏନେଇ ଏକ ଲିଖିତ ଦାବିପତ୍ର ଅତିରିକ୍ତ ଜିଲ୍ଲପାଳ ନିଲୁ ମହାପାତ୍ରଙ୍କୁ ପ୍ରଦାନ କରାଯାଇଛି । ଏହି ଦାବିପତ୍ର ପ୍ରଦାନ ସମୟରେ ଚାଷୀ ଅଜୟ କୁମାର ଦାସ, ଚକ୍ରଧର ଦାସ, ସତ୍ୟବାନ ବାରିକ, ଶିବ ପ୍ରସାଦ ଦାସ, କୁଞ୍ଜ ବିହାରୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ  ।