ମୋହରିର ଓ ଓକିଲଙ୍କୁ କମ୍ପୁ୍ୟଟର ପ୍ରଶିକ୍ଷଣ 

କେନ୍ଦ୍ରାପଡା: ଜିଲ୍ଲା କୋର୍ଟରେ ମୋହରିର ଓ ଓକିଲଙ୍କୁ କମ୍ପୁ୍ୟଟର ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । କମ୍ପୁ୍ୟଟର ସ୍କିଲ ପ୍ରୋଗାମ୍ ଇସିଟି ମାଧ୍ୟମରେ ଜିଲ୍ଲା କୋର୍ଟରେ ବିଭିନ୍ନ କେସ ନଂ ତାରିଖ ଓ ଅନ୍ୟାନ୍ୟ ସୁବିଧା ଜାଣିବା ପାଇଁ ମୋହରିର ଓ ଓକିଳଙ୍କୁ କମ୍ପୁ୍ୟଟର ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । କୋର୍ଟ କର୍ମଚାରୀ ସମ୍ମିଳନୀ କକ୍ଷରେ କମ୍ପୁ୍ୟଟର ମାଧ୍ୟମରେ ଉପସ୍ଥିତ ଥିବା ଶତାଧିକ ଆଇନଜୀବୀ ଓ ମୋହରିରଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ଏହା ଦ୍ୱାରା ମୋହରିର ଓ ଆଇନଜୀବୀମାନେ କେଶ ନଂ ମାଧ୍ୟମରେ ମାମଲାର ଗତିବିଧି, ତାରିଖ ବିଷୟରେ ଜାଣିପାରିବେ । କୋର୍ଟର କମ୍ପୁ୍ୟଟର ଟେକ୍ନିସିଆନ, ସିଷ୍ଟମ ଆସିଷ୍ଟାଣ୍ଡ ପ୍ରଶିକ୍ଷକ ଭାବେ ଉତମ ପ୍ରସାଦ ଜେନା, ମଧୁସ୍ମିତା ପଣ୍ଡା, ଦେବାଶିଷ ପରିଡା ପ୍ରମୁଖ ଉପସ୍ଥିତ ରହି ପ୍ରଶିକ୍ଷଣ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଆଇନଜୀବୀ ପ୍ରମୋଦ ଅଧିକାରୀ, ବିଦୂଭୂଷଣ ମହାପାତ୍ର, ବିଚିତ୍ର ମୋହନ କର ପ୍ରମୁଖ ଶତାଧିକ ମୋହରିର ଉପସ୍ଥିତ ଥିଲେ ।