ବକେୟା ପାଉଣା ଦାବିରେ ଆମରଣ ଅନଶନ


ଯାଜପୁର ଟାଉନ : ବୁଧବାର ଠାରୁ ଯାଜପୁର ପ୍ରଧାନ ଡାକଘର ତଥା ଯାଜପୁର ମଣ୍ଡଳ ଅଧ୍ୟକ୍ଷକ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଧାରଣାରେ ବସିବା ପାଇଁ ଡାକ ବିଭାଗର ପୂର୍ବତନ କ୍ୟାସ୍-ଓଭରସିୟର ସୁରେନ୍ଦ୍ର ଦେହୁରି ନିଷ୍ପତି ନେଇ ଅଛନ୍ତି । ମାନ୍ୟବର ସୁପି୍ରମ କୋର୍ଟଙ୍କ ଆଦେଶ ନାମା ସିଏ ନଂ. ୨୦.୧୦.୨୦୦୯, ତାରିଖ ୦୭.୦୫.୨୦୧୫ ଏବଂ ଡାଇରେକ୍ଟର ଜେନେରାଲ୍ ଡାକ ବିଭାଗ ଅର୍ଡÿର ନଂ. ୨-୧/୨୦୦୭-ପିସିସି. ୨୩.୦୫.୨୦୧୮ ଏବଂ ଡାଇରେକ୍ଟର ଜେନେରାଲ୍ ଡାକ ବିଭାଗ କ୍ଲାରିଫିକେସନ ଅର୍ଡ଼ର ୨-୧/୨୦୦୭-ପିସିସି (ଭଲୁ୍ୟମ-୧)  ୩୧.୧.୨୦୧୯ ଅନୁଯାୟୀ ଶ୍ରୀ ଦେହୁରିଙ୍କ ନାର୍ଯ୍ୟ ପାଉଣା ୧.୧.୧୯୯୬ ଠାରୁ ମୂଳ ଦରମା ୨୭୫୦ ଟଙ୍କା ପରିବର୍ତ୍ତେ ୩୦୫୦ ଟଙ୍କା ହବା କଥା । ଏ ସମ୍ପର୍କରେ ଶ୍ରୀ ଦେହୁରି ଦୀର୍ଘ ୨୦୧୮ ମସିହାରୁ ତତ୍କାଳୀନ କଟକ ନର୍ଥ ଡ଼ିଭିଜନ ଓ ତତ୍ପରେ ଯାଜପୁର ମଣ୍ଡଳ ଅଧିକ୍ଷକ, ଯାଜପୁର ପ୍ରଧାନ ଡାକ ଘରର ଡାକ ପାଳ ଓ ଯାଜପୁର ପ୍ରଧାନ ଡାକଘରର ହିସାବ ନିରୀକ୍ଷକଙ୍କୁ ବାରମ୍ବାର ଲିଖିତ ଓ ମୌଖିକ ଅନୁରୋଧ କରିବା ସତ୍ୱେ କିଛି ସୁଫଳ ମିଳିପାରି ନାହିଁ । ଦୀର୍ଘ ୬ ବର୍ଷ ହେଲା ତାଙ୍କୁ ଆଜି କରି ଦଉଛି, ମାସକରେ କରାଇ ଦଉଛୁ, ଏପରି କହି ପ୍ରତାରଣ କରିଛନ୍ତି । ଶ୍ରୀ ଦେହୁରି ୭୬ ବର୍ଷିୟା ବରିଷ୍ଠ ଆଦିବାସୀ ନାଗରିକ । ତାଙ୍କର ବାସସ୍ଥାନ ଠାରୁ ଯାଜପୁରର ମୁଖ୍ୟ ଡାକ କାର୍ଯ୍ୟାଳୟ ୭୦ କିଲୋମିଟର ହେବ । ଶ୍ରୀ ଦେହୁରି ଉକ୍ତ ଅନସନ ସମ୍ପର୍କରେ ସିପିଏମ୍ଜି-ଭୁବନେଶ୍ୱର, ଡ଼ିଜି ପୋଷ୍ଟ-ନୂଆ ଦିଲ୍ଲୀ, ସେକ୍ରେଟାରୀ ଡାକ ବିଭାଗ-ନୂଆଦିଲ୍ଲୀ, ମିନିଷ୍ଟ୍ରି ଅଫ୍ କମୁ୍ୟନିକେଶନ-ନୂଆ ଦିଲ୍ଲୀ, ପ୍ରେସିଡେଂଟ ଅଫ୍ ଇଣ୍ଡିଆ-ନୂଆଦିଲ୍ଲୀ, ଚେୟାର ପରସନ ନେସନାଲ କମିସନ ଅଫ୍ ଏସ୍.ଟି-ନୂଆ ଦିଲ୍ଲୀ, ମାନବାଧିକାରୀ କମିଶନର-ନୂଆ ଦିଲ୍ଲୀ, ଯାଜପୁର ଜିଲ୍ଲାପାଳ, ଯାଜପୁର ଆରକ୍ଷୀ ଅଧ୍ୟକ୍ଷ ପାଣିକୋଇଲି, ଯାଜପୁର ଟାଉନ ଥାନାଧିକାରୀଙ୍କୁ ଅବଗତ କରିଅଛନ୍ତି ।