ଅସହାୟ ମହିଳାଙ୍କ ଶବଦାହ କଲା ଯୁବକ ସଂଘ

 ବ୍ୟାସନଗର: ବହୁ ଅସହାୟଙ୍କ ଶବଦାହ କରି ଉଦାହରଣ ସ୍ରୁଷ୍ଟି କରିଥିବା  ଭଗତ ସିଂ ଯୁବକ ସଂଘ ଆଜି ଜଣେ ଅସହାୟ ମହିଳାଙ୍କ ଶବ ଦାହ କରିଛି । ଯାହାର ନାମ ସୁକାନ୍ତି ସିଂ( ୪୫) ଝାଡ଼ଖଣ୍ଡ ନିବାସୀ ହୋଇଥିବା ବେଳେ ସ୍ଥାନୀୟ ବ୍ୟାସନଗରର ଦଳା ଠାରେ ରହି ଶ୍ରମିକ ଭାବରେ କାମ କରି ଚଳୁଥିଲେ । କିଛି ଦିନ ହେବ ଦେହ ଖରାପ ଥିବାବେଳେ  ତାଙ୍କର ମୃତୁ୍ୟ ଘଟିଥିଲା । କଥା ଯାଜପୁର ରୋଡ ଥାନାରେ ପହଞ୍ଚିବା ପରେ ଏସଆଇ ସୁଲଗ୍ନା ପଟନାୟକ ସହୀଦ ଭଗତ ସିଂ ଯୁବକ ସଂଘର ସଭାପତି ରାଜେନ୍ଦ୍ର ବିଶ୍ୱାଳଙ୍କୁ ଖବର ଦେଇଥିଲେ । ଖବର ପାଇବା କ୍ଷଣି କୁଣ୍ଠାବୋଧ ନକରି ରାଜେନ୍ଦ୍ର ବିଶ୍ୱାଳ ସଂଘର ସମ୍ପାଦକ ହେମନ୍ତ କୁମାର ଧୀର, ଆଶିଷ ମଲ୍ଲିକ, ମାଣିକ ଗାଗରାଇ, ତପନ ସିଂ, ସାହିଲ ବୋଇତାଇ, ରମେଶ ବିଶ୍ୱାଳ ଦଳା ଠାରେ ପହଞ୍ଚି ସ୍ଥାନୀୟ ବ୍ୟାସସରୋବର ଠାରେ ଥିବା ସ୍ମଶାନ ଠାରେ ଶେଷକୃତ ସମାପନ କରିଥିଲେ ।