‘ଚାହାଣି’ର ପୂଜା ସଂଖ୍ୟା ଉନ୍ମୋଚିତ

ାା ପ୍ରଭାନୁ୍ୟଜ ।ା ପାଣିକୋଇଲି : ଜିଲାରୁ ପ୍ରକାଶ ପାଉଥିବା ‘ଚାହାଣି’ପତ୍ରିକାର ପୂଜା ସଂଖ୍ୟା ଉନ୍ମୋଚିତ ହୋଇଯାଇଛି । ଲିଙ୍ଗେଶ୍ୱର ସ୍ଥିତ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର ପରିସରରେ ଆୟୋଜିତ କାର୍ଯ୍ୟକ୍ରମକୁ ବିଶିଷ୍ଟ ଶ୍ରମିକ ନେତା ମାୟାଧର ନାୟକ ଉଦ୍ଘାଟନ କରିଥିଲେ । ମଞ୍ଚର ସଭାପତି ଶିକ୍ଷାବିତ ଅନନ୍ତ ଚରଣ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେଅତିଥି ଭାବେ ଗୋକର୍ଣ୍ଣିକା ସମ୍ପାଦକ ରମାକାନ୍ତ ଜେନା, ଜିଲା ଲେଖକ ସମ୍ମେଳନର ସଭାପତି ଡକ୍ଟରÿ ରୁଦ୍ର ନାରାୟଣ ପୃଷ୍ଟି, ପ୍ରାଧ୍ୟାପକ ମନୋରଞ୍ଜନ ମହାନ୍ତି, ପ୍ରାକ୍ତନ ଅଧ୍ୟକ୍ଷ ଶିବଚରଣ ମାଝୀ, ଗୋଲକ ଚନ୍ଦ୍ର ମାଝୀ, ଗୀତିକାର ବୃନ୍ଦାବନ ସାହୁ ପ୍ରମୁଖ ଯୋଗ ଦେଇଥିଲେ । 


ଉପ ସଭାପତି ପଣ୍ଡିତ ବ୍ରଜକିଶୋର ଦାଶ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପତ୍ରିକାର ସମ୍ପାଦକ ଡ.ଚନ୍ଦ୍ରକାନ୍ତ ମହାନ୍ତି ବିବରଣୀ ପ୍ରଦାନ କରିଥିଲେ । ଅଧ୍ୟାପିକା ସାଗରିକା ରଥ ଓ ଅଧ୍ୟାପକ ବିଜୟ ନାୟକ ମାନପତ୍ର ପାଠ କରିଥିଲେ । ଏହି ଅବସରରେ ଅତିଥିଙ୍କ ଦ୍ୱାରା ‘ଚାହାଣି’ପତ୍ରିକାର ଉନ୍ମୋଚନ କରାଯାଇଥିଲା । ‘ଚାହାଣି’ ପୁରସ୍କାର ବିଶିଷ୍ଟ ଲେଖକ ମାୟାଧର ନାୟକ, ‘ଚାହାଣି’ ସମ୍ମାନ ବରିଷ୍ଠ ସାମ୍ବାଦିକ ସୁବାସ ଧଳଙ୍କୁ ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ପ୍ରଥମ ଅଧିବେଶନରେ ଅଧ୍ୟାପକ  ଦାମୋଦର ବେହେରାଙ୍କ ସଭାପତିତ୍ତ୍ୱରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଅତିଥି ଭାବେ ଲେଖକ ଡ଼କ୍ଟର ଗୌତମ ଜେନା, ପଣ୍ଡିତ ଡ଼କ୍ଟର ସୁର୍ଯ୍ୟମଣି ଖୁଣ୍ଟିଆ, ସମ୍ବାଦର ସହ ସମ୍ପାଦକ ପ୍ରଦୀପ କୁମାର ଦାସ, ପ୍ରାବନ୍ଧିକ ଡକ୍ଟର ମେହାନ ଚରଣ ଖୁଣ୍ଟିଆ, ବିଷ୍ଣୁ ଚରଣ ଧଳ, ବିଶିଷ୍ଟ ଲେଖକ ଡକ୍ଟର ରାଜ କିଶୋର ପାଢୀ ଯୋଗ ଦେଇଥିଲେ । ଅଧ୍ୟାପକ ବିଜୟ କୁମାର ନାୟକ ଓ ବୃନ୍ଦାବନ ସାହୁ କବିତା ପାଠୋତ୍ସବରେ ସଂଯୋଜନା କରିଥିଲେ । ଶତାଧିକ କବି ଓ କବୟିତ୍ରୀ ଯୋଗ ଦେଇ କବିତା ପାଠ କରିଥିଲେ । ଲିଙ୍ଗେଶ୍ୱର ଉନ୍ନୟନ କମିଟିର ପ୍ରମୋଦ କୁମାର ସାହୁ, ଶରତ ଚନ୍ଦ୍ର ଧଳ, ବାସୁଦେବ ପରିଡ଼ା ଓ ସମସ୍ତ ସଦସ୍ୟ ସହଯୋଗ କରିଥିବା ବେଳେ ଅଧ୍ୟାପକ ବିଜୟ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।