ପିଲାଙ୍କୁ ଭଲ ମଣିଷ କରିବାକୁ ଅଭିଭାବକଙ୍କ ପ୍ରୟାସ ରହୁ’

 ଟମକା: ନିଜ ସନ୍ତାନ କିପରି ଭଲ ନମ୍ବର ରଖୁ ଏଥିରେ ବ୍ୟାକୁଳ ନହୋଇ ପିଲା କିଭଳି ଭାବେ ଭଲ ମଣିଷଟେ ହେବ ସେ ଦିିଗରେ ଅଭିଭାବକ ମାନେ ପ୍ରୟାସ କରୁନ୍ତୁ । କାରଣ ଭଲ ମଣିଷ ହିଁ ଜଣେ ଭଲ ବିଦ୍ୟାର୍ଥୀ ହୋଇ ପାରିବ ବୋଲି ଆରଏସ୍ କୋଚିଂ ସେଣ୍ଟର ଟୋଲକାନୀର ୮ମ ବାର୍ଷିକ ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗଦାନ କରି ଏଭଳି ମତ ପୋଷଣ କରିଛନ୍ତି ଗୋବର୍ଦ୍ଧନପିଠ ଆଦିତ୍ୟ ବାହୀନୀର ସର୍ବ ଭାରତୀୟ ସଭାପତି ତଥା ଜଗନ୍ନାଥ ସଂସ୍କୃତିର ଗବେଷକ ପଣ୍ଡିତ ମାତୃପ୍ରସାଦ ମିଶ୍ର । ଅନୁଷ୍ଠାନର ପ୍ରତିଷ୍ଠାତା ରବିନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଂଜୀବନୀ ୨.୦ କାର୍ଯ୍ୟକ୍ରମରେ ଶ୍ରୀ ଅରବିନ୍ଦ +୨ ମହାବିଦ୍ୟାଳୟ କଟକର ସମ୍ପାଦକ ତଥା ଶିକ୍ଷାବିତ୍ କୁଳମଣି ଦାଶ୍ ମୁଖ୍ୟଅତିଥି ଭାବେ ଯୋଗଦାନ କରିବା ସହ ପଲ୍ଲୀ ଭଳି ଅଞ୍ଚଳରେ ଶିକ୍ଷାର ବିକାଶ ଓ ମାନକୁ ସୁଦୃଢ କରୁଥିବା ଏହି କୋଚିଂ ସେଣ୍ଟରର ଉଦ୍ୟମକୁ ସାଧୁବାଦ ପ୍ରଦାନ କରିଥିଲେ । ଏହି ଅବସରରେ ଅନ୍ୟଙ୍କ ମଧ୍ୟରେ ଅନୁଷ୍ଠାନର ଶିକ୍ଷାବିତ୍ କୁଳମଣି ଦତ, ଗିରୀଧାରି ଚାନ୍ଦ, ଅଧିକାରୀ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ । ଗତ ବର୍ଷ ମ୍ୟାଟ୍ରିକ୍ ପରୀକ୍ଷାରେ ସର୍ବାଧିକ ମାର୍କ ରଖି ଉତ୍ତିର୍ଣ ହୋଇଥିବା ଏହି ଅନୁଷ୍ଠାନର ଶୁଭମ ମିଶ୍ର, ଚିନ୍ମୟ ରାଉତ, ସର୍ବଜିତ ରାଉତ, କୃଷ୍ଣ ମହାନ୍ତ, ଚିନ୍ମୟୀ ନାୟକ, ସୁଦର୍ଶନ ମିଶ୍ରଙ୍କ ସମେତ, ଝାଡେଶ୍ୱର ଜୁନିୟର କଲେଜର ଅଧ୍ୟକ୍ଷ ଅକ୍ଷୟ କୁମାର ପଣ୍ଡା, ସ୍ଥାନୀୟ ମହାଗିରୀ ପ୍ରେସ୍ କ୍ଲବର କର୍ମକର୍ତ୍ତାଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସନ୍ଧ୍ୟାରେ ଅନୁଷ୍ଠିତ ସାସ୍କୃତିକ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ନୃତ୍ୟ ସଂଗୀତ ପରିବେଶଣ କରାଯାଇଥିଲା । ମଞ୍ଚ ସଂଯୋଜକ ବାବାଜି ଚରଣ ଜେନା ମଞ୍ଚ  ପରିଚାଳନା କରିଥିବା ବେଳେ ସମାଜସେବୀ ଅନ୍ତର୍ଯ୍ୟାମୀ ପୃଷ୍ଟି, ଶିକ୍ଷକ ଆଦିକନ୍ଦ ବଳ, ବଳରାମ ନାୟକ, ମନୋଜ ସାର୍ ପ୍ରମୁଖ ଉପସ୍ଥିତ ଥିଲେ ।