ଅସିତ୍ ମହାପାତ୍ର ଓରେରା ଅଧ୍ୟକ୍ଷ
ଭୁବନେଶ୍ୱର: ରାଜ୍ୟ ସରକାର ଆଜି ଓରେରା ଅଧ୍ୟକ୍ଷ ଓ ସଦସ୍ୟଙ୍କୁ ନିଯୁକ୍ତି ଦେଇଛନ୍ତି । ଅସିତ୍ କୁମାର ମହାପାତ୍ରଙ୍କୁ ଓଡ଼ିଶା ରିଅଲ ଇଷ୍ଟେଟ ରେଗୁଲାଟାରୀ ଅଥରିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ରାଜେନ୍ଦ୍ର ମିଶ୍ର ଓ ଶ୍ୟାମ ସୁନ୍ଦର ଦାସଙ୍କୁ ଓରେରାର ସଦସ୍ୟ ଭାବେ ନିଯୁକ୍ତି ମିଳିଛି । ଏନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଅସିତ୍ ହେଉଛନ୍ତି ଅବସରପ୍ରାପ୍ତ ଆଇଆରଏସ ଅଫିସର । ରାଉରକେଲା ଆରଇସିରୁ ସେ ଇଞ୍ଜିନିୟରିଂରେ ବିଏସସି କରିବା ପରେ ଆଇଆଇଟି ମାଡ୍ରାସରୁ ଏମ.ଟେକ୍ ଏହି ସମାରୋହରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଲୋକସଭା ବାଚସ୍ପତି ଓମ୍ ବିର୍ଲା, କେନ୍ଦ୍ର ମନ୍ତ୍ରୀ ଅମିତ ଶାହା, ରାଜନାଥ ସିଂ, ଜେପି ନଡ୍ଡା, ଏସ ଜୟଶଙ୍କର, ପୀୟୁଷ ଗୋୟଲ, ଅର୍ଜୁନ ରାମ ମେଘୱାଲ, ପୂର୍ବତନ ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନା ଏବଂ ପୂର୍ବତନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ମଧ୍ୟ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଜଷ୍ଟିସ୍ ଗଭାଇ ୧୬ ମାର୍ଚ୍ଚ, ୧୯୮୫ରେ ଓକିଲାତି ଆରମ୍ଭ କରିଥିଲେ । ଅଗଷ୍ଟ ୧୯୯୨ରୁ ଜୁଲାଇ ୧୯୯୩ ପର୍ଯ୍ୟନ୍ତ ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚରେ ସହାୟକ ସରକାରୀ ଓକିଲ ଏବଂ ଅତିରିକ୍ତ ସରକାରୀ ଓକିଲ ଭାବରେ କାର୍ଯ୍ୟ କରିଥିଲେ । ୧୭ ଜାନୁଆରୀ ୨୦୦୦ରେ ତାଙ୍କୁ ନାଗପୁର ବେଞ୍ଚ ପାଇଁ ସରକାରୀ ଓକିଲ ଭାବରେ ନିଯୁକ୍ତ କରାଯାଇଥିଲା । ସେ ସୁପ୍ରିମକୋର୍ଟର ଅନେକ ସାମ୍ବିଧାନିକ ଖଣ୍ଡପୀଠର ଅଂଶ ରହି ଐତିହାସିକ ନିଷ୍ପତ୍ତି ମଧ୍ୟ ଦେଇଛନ୍ତି । ଡିସେମ୍ବର ୨୦୨୩ ରେ ଧାରା ୩୭୦ ଉଚ୍ଛେଦ ପାଇଁ କେନ୍ଦ୍ରର ନିଷ୍ପତ୍ତିକୁ ସର୍ବସମ୍ମତିକ୍ରମେ ସମର୍ଥନ କରିଥିବା ପାଞ୍ଚ ଜଣିଆ ଖଣ୍ଡପୀଠର ଅଂଶ ଥିଲେ । ଇଲେକ୍ଟୋରାଲ୍ ବଣ୍ଡ୍ ମାମଲାରେ ଦିଆଯାଇଥିବା ନିଷ୍ପତ୍ତିରେ ମଧ୍ୟ ସେ ଖଣ୍ଡପୀଠର ଅଂଶ ଥିଲେ ।