ସଂତୃପ୍ତଙ୍କୁ ଧୋଇଲେ ଶାରଦା

sarada pradhan Odisha BJP

ସଂତୃପ୍ତଙ୍କୁ ଧୋଇଲେ ଶାରଦା

ଭୁବନେଶ୍ୱର : ମାହାଙ୍ଗା ବିଧାୟକ ଶାରଦା ପ୍ରଧାନଙ୍କ ବାକ୍‌ସ୍ଫୋଟ ଆଜିକାଲି ଢେ଼ର ଚର୍ଚ୍ଚାରେ ରହିଛି  । ନିକଟରେ ସେ ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ସଂତୃପ୍ତ ମିଶ୍ରଙ୍କୁ ଧୋଇଛନ୍ତି  । କେଉଁ ଏକ ପ୍ରସଙ୍ଗରେ ସଂତୃପ୍ତ କହିଥିଲେଯେ, ବିଜେପି ଗାଡ଼ି ଲଗାଇ ଲୋକ ନେଉଛି  । ଏହାର ଜବାବରେ ଶାରଦା କହିଛନ୍ତି, ବିଜେପି ଯଦି ଗାଡ଼ିରେ ନେଉଛି, ବିଜେଡ଼ି କ’ଣ ରେଳରେ ଲୋକଙ୍କୁ ନେଉଥିଲା ? ଖାଲି ସେତିକିନୁହେଁ ସଂତୃପ୍ତ ଜଣେ ରାଜନୈତିକ ବ୍ୟକ୍ତି ନୁହଁନ୍ତି  । ସେ ଯେଉଁ ହିସାବରେ ବିଜେଡ଼ିର ପ୍ରାର୍ଥୀ ହେଲେ ବିଜେପିକୁ ସେଭଳି ଭାବନ୍ତୁ ନାହିଁ  । ବିଜେପି ହେଉଛି ଏକ ବିଚାରଧାରାର ଦଳ  । ବିଜେଡ଼ି ଓ ବିଜେପି ମଧ୍ୟରେ ଆକାଶ ପାତାଳ ଫରକ ରହିଛି  । ସେ ଯୋଗ୍ୟ କି ଅଯୋଗ୍ୟ କଟକବାସୀ ତାହାର ନିଷ୍ପତ୍ତି ନେଇସାରିଛନ୍ତି  । ବିଜେଡ଼ିରେ ନବୀନ ବାବୁଙ୍କର କ୍ରେଜ୍‌ ରହିଛି  । ଦଳର କର୍ମୀଙ୍କ ନିକଟରେ ନବୀନ ନମ୍ବର ୱାନ୍‌ ବୋଲି କହିଛନ୍ତି  ।