ଅସୁରକ୍ଷିତ ଐତିହ୍ୟପୂର୍ଣ୍ଣ ରାମଜୀ ମଠ 

 ସୋନପୁର:  ଐତିହ୍ୟ ଓ ସଂସ୍କୃତି ସମ୍ପନ୍ନ ସୁବର୍ଣ୍ଣପୁର ଜିଲ୍ଲାରେ ଅନେକ କୀର୍ତ୍ତିରାଜ ରହିଛି । ଏମିତି ଏକ କୀର୍ତ୍ତିରାଜ ହେଉଛି ଶ୍ରୀକ୍ଷେତ୍ରସ୍ଥିତ ରାମଜୀ ମଠ । ଏବେ ଏହା ଅସୁରକ୍ଷିତ ଓ ଅବହେଳିତ । କିନ୍ତୁ ବେସରକାରୀସ୍ତରରେ ପୁନରୁଦ୍ଧାର ପାଇଁ ପ୍ରାୟସ ଆରମ୍ଭ ହୋଇଛି । ସୋନପୁର ଗଡଜାତ ସମୟରେ ଏହି ଅଞ୍ଚଳ ଲୋକମାନେ ପୁରୀର ଜଗନ୍ନାଥ ଦର୍ଶନ ସହ ରଥ ଯାତ୍ରା, ସୁନା ବେଶ, ହ୍ୟାବିଷ କରିବା ପାଇଁ ଯାଉଥିଲେ । ସେହି ସମୟ ନଦୀ, ନାଳ, ପାହାଡ଼ ଦେଇ ଚଳାପଥରେ ଶ୍ରୀକ୍ଷେତ୍ର ଯିବାର କଷ୍ଟସାଧ୍ୟ ତଳେ ମଧ୍ୟ ଏହି ମଠରେ ଲୋକମାନଙ୍କ ରହିବା ଓ ଖାଇବା ବ୍ୟବସ୍ଥା ନେଇ ବେଶ ଆଶ୍ୱସ୍ଥ ଅନୁଭବ କରୁଥିଲେ । ଗଡଜାତ ସମୟରେ ଏହି ବ୍ୟବସ୍ଥା ନେଇ ଲୋକେ ବେଶ ଆଶାବାଦୀ ଥିଲେ । ବାବାଜୀ ବଂଶୀ ଗୋପାଳ ଭାଇ ଭାଗର ସମ୍ପତ୍ତିରେ ସମ୍ବଲପୁର, ସୋନପୁର, ପୁରୀରେ ଗୋପାଜୀ ମନ୍ଦିର ଓ ମଠ ନିର୍ମାଣ ହୋଇଥିଲ । ପରବର୍ତ୍ତୀ ସମୟରେ ପୁରୀର ଉକ୍ତ ମଠର ମଠାଧିଶ ରାମ ଦାଶ ନାମ ଅନୁସାରେ ରାମଜୀ ମଠ ହୋଇଥିଲା । ଓଡ଼ିଶା ପ୍ରଦେଶର ନିମାର୍କ ସଂପ୍ରଦାୟର ମୁଖ୍ୟ ପୀଠ ରାମଜୀ ମଠ  । ୫୭୦ ବର୍ଷ ତଳ ଏହି ମଠରେ ୯ ଏକର ଜମି ରହିଥିଲା । ଏବେ ଅସାମାଜିକ ଲୋକଙ୍କ ଦ୍ୱାରା ଜବରଦଖଲ ହୋଇ କେବଳ ୯୫୦ ଡିସିମିଲ ଜାଗା ରହିଛି । ଶ୍ରୀମନ୍ଦିର ବେଢା ପରିକ୍ରମା ପ୍ରକଳ୍ପ ପରେ ବର୍ତ୍ତମାନ ରାମଜୀ ମଠ ମୁଖ୍ୟ ଓ ଆକର୍ଷଣ ସ୍ଥାନ ହୋଇଛି  । କିନ୍ତୁ ଐତିହ୍ୟ ପୂର୍ଣ୍ଣ ପ୍ରସିଦ୍ଧ ରାମଜୀ ମଠ  ଅସୁରକ୍ଷିତ ରହିଛି । ଯାହା ରକ୍ଷଣାବେକ୍ଷଣ କରିବା  ଜରୁରୀ ହୋଇଛି । ନୂତନ ରାଜ୍ୟ ସରକାରୀ ଐତିହ୍ୟ କୀର୍ତ୍ତିରାଜଙ୍କ ପୁନଃଉଦ୍ଧାର କରିବା ପ୍ରାୟସ କରିଛନ୍ତି । ଏହି  ପରିପ୍ରେକ୍ଷୀରେ ସ୍ଥାନୀୟ ରାଜନୈତିକ ନେତୃ ବୃନ୍ଦ ଜିଲ୍ଲାବାସୀଙ୍କ ପ୍ରସିଦ୍ଧ ରାମଜୀ ମଠ ପୁନଃଉଦ୍ଧାର କରି ସୁବ୍ୟବସ୍ଥିତ କରିବା ପାଇଁ ଜନସାଧାରଣ ଦାବି କରୁଛନ୍ତି ।