ବିକାଶ ବାହନ ରଥକୁ ସ୍ୱାଗତ
ଗୋଲାମୁଣ୍ଡା : ରାଜ୍ୟ ସରକାର ଗଠନର ବର୍ଷ ପୂର୍ତ୍ତି ଅବସରରେ ସରକାରୀ ଯୋଜନାର କାର୍ଯ୍ୟକାରିତା ଓ ଏଥିରେ ହିତାଧିକାରୀମାନଙ୍କ ସହଯୋଗ ଏବଂ ଭାଗିଦାରୀ ପାଇଁ ସାରା ରାଜ୍ୟରେ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ସଂପର୍କିତ ବିକାଶ ବାହନ ପରିଭ୍ରମଣ ରଥକୁ ଶେଷ ଦିନରେ ମାନଝରି ପଞ୍ଚାୟତରେ ଶୁଭ କଳସ ସ୍ଥାପନ କରି ସ୍ୱାଗତ କରାଯାଇଥିଲା । ଏଥିରେ ଏମଆଇ ଦିବ୍ୟରାଜ ଭୋଇ ସରକାରଙ୍କ ଏକ ବର୍ଷ ପୂର୍ତ୍ତିର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଉପରେ ଜନସାଧାରଣଙ୍କ ପାଖରେ ଉପସ୍ଥାପନା କରିଥିଲେ । ସମସ୍ତ ଯୋଗ୍ୟ ହିତାଧିକାରୀମାନଙ୍କୁ ଅନ୍ତ୍ୟୋଦୟ ଯୋଜନା ଘର କାର୍ଯ୍ୟାଦେଶ, ନୂତନ ଜବକାର୍ଡÿ, ନୂତନ ରାସନ୍ କାର୍ଡ, ଲେବର କାର୍ଡ ବଣ୍ଟନ କରାଯାଇଥିଲା । ଏଥିରେ ମାନଝରି ପଞ୍ଚାୟତ ସରପଞ୍ଚ ଜଗୁଜିବନ୍ ଅଘରିଆ, ନାଏବ ସରପଞ୍ଚ ଲଳିତା ଭାଟି ସମସ୍ତ ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ, ଯୋଗାଣ ସହାୟକ ତୁଙ୍ଗନାଥ ତେଜି,ଏଡିଇଓ ଅରୁଣ ଦୁର୍ଗା, ସମସ୍ତ ୱାର୍ଡ ସଭ୍ୟ, ସଭ୍ୟା, ଏଏନଏମ ବବି ଚୌଧୁରୀ, ସିଏଚଓ ଶରତ ଚନ୍ଦ୍ର ନାଏକ, ସିଆରପି,ଏମ୍ବିକେ ସମେତ ଅନେକ ଏସଏଚଜି ମହିଳାମାନେ ବହୁ ସଂଖ୍ୟାରେ ଉପସ୍ଥିତ ହୋଇଥିଲେ ।