ବରିଷ୍ଠ ନାଗରିକ ଦିବସ ପାଳିତ
ାା ପ୍ରଭାନୁ୍ୟଜ ।ା ବ୍ୟାସନଗର: ନବ ଉକôଳ ମହିଳା ସମିତି ପକ୍ଷରୁ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି । ରସୁଲପୁର ବ୍ଲକ ସାହାପଡା ସ୍ଥିତ ବରିଷ୍ଠ ନାଗରୀକ ଆବାସିକ ଗୃହରେ ଥିବା ୧୪ଜଣ ବୃଦ୍ଧ ଓ ୧୩ ଜଣ ବୃଦ୍ଧାଙ୍କୁ ନୂତନ ବସ୍ତ୍ର ଓ ଖାଦ୍ୟସାମଗ୍ରୀ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ସମିତିର ସଭାନେତ୍ରୀ ଅମୂଲୀ ପହି, ସମ୍ପାଦିକା ଜୟନ୍ତୀ ଜେନାଙ୍କ ସହିତ ରଗଡି ସ୍ଥିତ ସରକାରୀ ପଲିଟେକନିକ୍ କଲେଜର ଅଧ୍ୟାପିକା ପ୍ରଜ୍ଞା ପ୍ରିୟଦର୍ଶନୀ, ସମିତିର ଉପ ସଭାନେତ୍ରୀ ମମତା ବର୍ଦ୍ଧନ, ସୁଜାତା ପରିଡା, ମଧୁସ୍ମିତା ନାୟକ ପ୍ରମୁଖ ଯୋଗ ଦେଇଥିଲେ ।