ଭିଜିଲାନ୍ସ ଜାଲରେ ସହକାରୀ କୃଷି ଅଧିକାରୀ

ଉମରକୋଟ : ଉମରକୋଟ ସହକାରୀ କୃଷି ଅଧିକାରୀ ନୀଳକଣ୍ଠ ପରିଡା ଓ ବ୍ଳକ ଟେକ୍ନିକାଲ ମ୍ୟାନେଜର ସୁରେନ୍ଦ୍ର ସିଂହ ବୁନେ୍ଦଲା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଉମରକୋଟ ବ୍ଲକ ଜାମରୁଣ୍ଡା ଗ୍ରାମର ଲକ୍ଷ୍ମୀଧର ମାଝି ନାମକ ଜଣେ ଚାଷୀଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଉଭୟ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଜଳ ନିଧି ଯୋଜନାର ସବସିଡି କରାଇଦେବା ପାଇଁ ଲକ୍ଷ୍ମୀଧର ଠାରୁ ସମ୍ପୃକ୍ତ ଅଧିକାରୀ ୫ ହାଜର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢାଉ କରାଯାଇଥିଲା । ପରେ ଉଭୟ ଅଧିକାରୀଙ୍କ ବିଭିନ୍ନ ସ୍ଥାନରେ ଓ ଘରେ ଖାନ୍ତଲାସୀ ଚାଲିଥିବା ପ୍ରକାଶ । ଭିଜିଲାନ୍ସ ପକ୍ଷରୁ ତଦନ୍ତ ଜୋରଦାର କରାଯାଇଥିବା ପ୍ରକାଶ କରାଯାଇଛି ।