ଏନ୍ସିସି ପକ୍ଷରୁ ସାଇକେଲ୍ ରାଲି 

 ପାରାଦୀପ : ଓଡିଶା ଏନ୍ସିସି ନିଦେ୍ର୍ଦଶାଳୟ ଅଧିନରେ ଥିବା ଏନ୍ସିସି କଟକ ଗ୍ରୁପ ଆନୁକୂଲ୍ୟରେ ସାଇକେଲ ରାଲି ପାରାଦୀପ ବନ୍ଦରରେ ପଦାର୍ପଣ କରିଛିା । ଏହି ୨୦ ଦିନିଆ ଯାତ୍ରାର ଉଦେ୍ଦଶ୍ୟ ହେଲା, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଦ୍ୱାରା ସମଗ୍ର ରାଜ୍ୟରେ ସାମାଜିକ ସଚେତନତା ଓ ଦାୟିତ୍ୱ ବୋଧକୁ ପ୍ରସାର କରି ଏକ ସୁସ୍ଥ ସମାଜ ଓ ଦେଶ ଗଠନ କରିବା । ମେଜର ଡ. ଆଶୁତୋଷ ତ୍ରିପାଠୀଙ୍କ ନେତୃତ୍ୱରେ ଯାତ୍ରା କରୁଥିବା  ସାଇକଲ ଦଳକୁ  ପାରାଦୀପ ବେଳାଭୂମିରେ ପାରାଦୀପ କଲେଜ ଏନ୍ସିସି ଓ କଲେଜ ଏନ୍ସିସି ଆଲୁମୁନି ଆସୋସିଏସନ୍ ଦ୍ୱାରା ସମ୍ବର୍ଦ୍ଧନା କରାଯାଇଥିଲା । ଏହି ଅବସରରେ ସଭାରେ ମୁଖ୍ୟଅତିଥି ଭାବେ ପାରାଦୀପ ସ୍ଥିତ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସ୍ମୃତି ରଞ୍ଜନ କର ଯୋଗଦେଇ ଯାତ୍ରାର ସଫଳତା କାମନା କରିଥିଲେ । ଯାତ୍ରା ଦଳକୁ ଉତ୍ସାହିତ କରିବା ପାଇଁ କ୍ୟାଡେଟଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲେ ଏନ୍ସିସି ଅଧିକାରୀ ଲେଫ୍ଟନାଣ୍ଟ କମାଣ୍ଡର ଅକ୍ଷୟ ଚନ୍ଦ୍ର ମିଶ୍ର । ବନ୍ଦର ନଗରୀର  ଜନସାଧାରଣ ବହୁ ସଖ୍ୟାରେ ଏହି ସଭାରେ ଯୋଗଦେଇଥିଲେ  ।