ଆଇଏମ୍ଏଫ୍ କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ ହେଲେ ଉର୍ଜିତ ପଟେଲ
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମୁଦ୍ରା ଫାଣ୍ଠି (ଆଇଏମଏଫ)ର କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ ହେଲେ ଉର୍ଜିତ ପଟେଲ । କ୍ୟାବିନେଟର ନିଯୁକ୍ତି କମିଟି ଅର୍ଥନୀତିଜ୍ଞ ତଥା ପୂର୍ବତନ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଡକ୍ଟର ଉର୍ଜିତ ପଟେଲଙ୍କ ଏହି ନିଯୁକ୍ତିକୁ ମଞ୍ଜୁରୀ ଦେଇଛି । ଗୁରୁବାର କାର୍ମିକ ଓ ତାଲିମ ବିଭାଗ ଦ୍ୱାରା ଜାରି ଏକ ସରକାରୀ ନିଦେ୍ର୍ଦଶ ଅନୁଯାୟୀ, ପଟେଲ ଦାୟିତ୍ୱ ଗ୍ରହଣ କରିବା ତାରିଖରୁ ତିନି ବର୍ଷ ପାଇଁ କିମ୍ବା ପରବର୍ତ୍ତୀ ନିଦେ୍ର୍ଦଶ ପର୍ଯ୍ୟନ୍ତ ଏହି ପଦବୀରେ ରହିବେ । ଚଳିତ ବର୍ଷ ମେ ମାସରେ ପୂର୍ବତନ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଡକ୍ଟର କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟନଙ୍କୁ ଅକାଳ ବିୟୋଗ ପରେ ଏହି ନିଯୁକ୍ତି ଦିଆଯାଇଛି । ସୁବ୍ରମଣ୍ୟନ ୨୦୨୨ ମସିହାରୁ ଆଇଏମଏଫରେ ଭାରତର କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ ଭାବରେ କାର୍ଯ୍ୟ କରିଆସୁଥିଲେ । ଆଇଏମଏଫର କାର୍ଯ୍ୟନିର୍ବାହୀ ବୋର୍ଡ ସଦସ୍ୟ ଦେଶ କିମ୍ବା ଦେଶଗୁଡ଼ିକର ଗୋଷ୍ଠୀ ଦ୍ୱାରା ନିର୍ବାଚିତ ୨୫ ଜଣ ନିଦେ୍ର୍ଦଶକ (କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ କିମ୍ବା ଇଡି) ଦ୍ୱାରା ଗଠିତ । ଭାରତ ବାଂଲାଦେଶ, ଶ୍ରୀଲଙ୍କା ଓ ଭୁଟାନ ସହିତ ଚାରି-ଦେଶୀୟ ନିର୍ବାଚନମଣ୍ଡଳୀର ଏକ ଅଂଶ । ଏହି ନିଯୁକ୍ତି ପୂର୍ବରୁ ପଟେଲ ଏସୀୟ ଭିତ୍ତିଭୂମି ନିବେଶ ବ୍ୟାଙ୍କ
(ଏଆଇଆଇବି)ରେ ନିବେଶ କାର୍ଯ୍ୟ (କ୍ଷେତ୍ର ୧) ପାଇଁ ଉପାଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ । ବେଜିଂ-ଭିତ୍ତିକ ବହୁପକ୍ଷୀୟ ପାଣ୍ଠି ସଂସ୍ଥା ଅନୁଯାୟୀ, ସେ ପାରିବାରିକ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ୨୦୨୪ ଜାନୁଆରିରେ ତାଙ୍କ ପଦବୀରୁ ଇସ୍ତଫା ଦେଇଥିଲେ । ରଘୁରାମ ରାଜନଙ୍କ ପରେ ପଟେଲ ୨୦୧୬ ରେ ଆରବିଆଇର ୨୪ ତମ ଗଭର୍ଣ୍ଣର ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ୨୦୧୮ ଡିସେମ୍ବରରେ କେନ୍ଦ୍ରୀୟ ବ୍ୟାଙ୍କ ଦ୍ୱାରା ସରକାରଙ୍କୁ ଲାଭାଂଶ ସ୍ଥାନାନ୍ତର ପ୍ରସଙ୍ଗରେ ସରକାରଙ୍କ ସହିତ ବିବାଦ ମଧ୍ୟରେ ସେ ହଠାତ୍ ଏହି ପଦବୀରୁ ଇସ୍ତଫା ଦେଇଥିଲେ ।