ଶ୍ରୀ ବଳଦେବଜୀଉଙ୍କ ହୁଣ୍ଡିରୁ ୨ ଲକ୍ଷ ୬୯ ହଜାର ୪୦୦ ଆୟ
କେନ୍ଦ୍ରାପଡା : ତୁଳସୀ କ୍ଷେତ୍ରାଧିପତି ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ଜଗମୋହନ ମନ୍ଦିରରେ ଥିବା ହୁଣ୍ଡି ଖୋଲାଯାଇ ଦେବୋତ୍ତର କାର୍ଯ୍ୟାଳୟରେ ଗଣତି କରାଯାଇଛି । ଏଥିରୁ ମୋଟ୍ ୨ ଲକ୍ଷ ୬୯ ହଜାର ୪୦୦ ଟଙ୍କା ବାହାରିବା ପରେ ଏହାକୁ ମନ୍ଦିର ପାଣ୍ଠିରେ ଜମା ଦିଆଯାଇଛି । ଏହି ଗଣତି ସମୟରେ ଦେବୋତ୍ତର ସଂସ୍ଥାର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ, ଟ୍ରଷ୍ଟବୋର୍ଡ ସଭ୍ୟ ତଥା ପୂର୍ବତନ ନଗରପାଳ ଧିରେନ ସାହୁ, ସେବକ ଟ୍ରଷ୍ଟି ନୃସିଂହ ପ୍ରସାଦ ପତ୍ରୀ, ଅବସର ପ୍ରାପ୍ତ କର୍ମଚାରୀ ପତିତପାବନ ଲେଙ୍କା, ପ୍ରବୋଧ କୁମାର ପଣ୍ଡା, ଶ୍ରୀଧର ବେହେରା, କୈଳାସ ସ୍ୱାଇଁ, ରାଜକିଶୋର ମହାନ୍ତି ଓ ଦେବୋତ୍ତର ସଂସ୍ଥାର ଆକାଉଟାଣ୍ଟ ଶରତ ଚନ୍ଦ୍ର ପାତ୍ରଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ଗଣତି କାର୍ଯ୍ୟକୁ ସଂପାଦନ କରିଥିଲେ ।