ଆଇଏମ୍ବିରେ ନବାଗତଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର: ଭୁବନେଶ୍ୱରରେ ଆଇଏମ୍ବି ଗ୍ରୁପ୍ ଅଫ୍ ଇନ୍ଷ୍ଟିଚୁ୍ୟଟ୍ ପକ୍ଷରୁ ୨୦୨୫-୨୦୨୬ ଶିକ୍ଷାବର୍ଷରେ ଯୋଗ ଦେଇଥିବା ନବାଗତ ପିଜିଡିଏମ୍ ଛାତ୍ର ଓ ଛାତ୍ରୀ ଲାଗି ସ୍ୱାଗତ ସମ୍ୱର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ପ୍ରିନ୍ସିପାଲ ଡାଇରେକ୍ଟର, ଏଲ୍ଟିଆଇ ମାଇଣ୍ଡ ଟ୍ରି ପ୍ରମୁଖ ରାମ ପ୍ରସାଦ ପଟ୍ଟନାୟକ, ସମ୍ମାନିତଅତିଥି କିଟ୍ର ଆସୋସିଏଟ୍ ପ୍ରଫେସର୍ ନମ୍ରତା ମିଶ୍ର, ଆଇଏମ୍ବିର ଚେୟାରମ୍ୟାନ୍ ପ୍ରଫୁଲ୍ଲ କୁମାର ସାହୁ, ସେକ୍ରେଟାରୀ ରାଜର୍ଷି ଜ୍ଞାନଦର୍ଶୀ ଓ ଡାଇରେକ୍ଟର ପ୍ରଫେସର ଡ. ତ୍ରିଲୋଚନ ନାୟକ ପ୍ରମୁଖ ଅନୁଷ୍ଠାନର ମିଶନ ଆଉ ଭିଜନ ଉପରେ ଆଲୋକପାତ କରିଥିଲେ । ଡାଇରେକ୍ଟର ଡ. ନାୟକ ଅନୁଷ୍ଠାନର ଶିକ୍ଷା ବ୍ୟବସ୍ଥା, ଶିକ୍ଷାର ଗୁଣବତ୍ତା, ପ୍ଲେସମେଣ୍ଟ ଓ ଆଇଏମବି ଛାତ୍ରଛାତ୍ରୀ ଦେଶ ବିଦେଶରେ ସଂଖ୍ୟାଧିକ ଭାବେ କୃତିଲାଭ କରୁଥିବାର ଦର୍ଶାଇଥିଲେ । ମୁଖ୍ୟ ଅତିଥି ପଟ୍ଟନାୟକ ଛାତ୍ରଛାତ୍ରୀମାନଙ୍କୁ ଚରିତ୍ର ଗଠନର ଏକ ମାର୍ଗ ଓ ତାର ଉପାଦେୟତା ବିଷୟ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମକୁ ଡକ୍ଟର ଅମିତା ପଣ୍ଡା ସଂଯୋଜନା କରିଥିଲେ ଓ ପ୍ରଫେସର ପ୍ରୀତିଲଗ୍ନା, ଦିପାଲି, ପ୍ରିୟଦର୍ଶିନୀ ଓ ଆଡମିନ ହେଡ ଅଶ୍ୱିନୀ ରାଉତ ପରିଚାଳନା କରିଥିଲେ । ଶେଷରେ ପ୍ରଫେସର ରୂପାଲି ସିଂ ଧନ୍ୟବାଦ ଦେଇଥିଲେ ।