ବର୍ଷା ଯୋଗୁଁ ପଦ୍ମପୁର ଗ୍ରାମବାସୀ ଜଳବନ୍ଦୀ

 ଆନନ୍ଦପୁର : ଲଗାଣ ବର୍ଷା ଯୋଗୁଁ ଜଳବନ୍ଦୀ ପରି ପରିସ୍ଥିତି ଶୃଷ୍ଟି ହୋଇଛି ପୌରପରିଷଦ ଅନ୍ତର୍ଗତ ପଦ୍ମପୁର ଗ୍ରାମରେ । ଖବର ପାଇ ଘଟଣା ସ୍ଥଳରେ ପହଞ୍ଚô ସ୍ଥିତି ପରଖିଛନ୍ତି ପୌରାଧକ୍ଷା ରାଜନୀରାଣୀ ଖଟୁଆ । ସୂଚନା ଅନୁଯାୟୀ ଗତ ୧୦ ଦିନରୁ ଅଧିକ ହେବ ଆନନ୍ଦପୁର ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଛି । ଯଦ୍ୱାରାକି ପଦ୍ମପୁର ହନୁମାନ ଛକଠାରୁ ବାଳିକା ହାଇସ୍କୁଲ ପର୍ଯ୍ୟନ୍ତ ସମସ୍ତ ଘର ଜଳବନ୍ଦୀ ଘେରା ମଧ୍ୟରେ ଫସି ଯାଇଥିଲେ । ଏନେଇ ଗ୍ରାମବାସୀ ଅଧ୍ୟକ୍ଷାଙ୍କୁ ସୂଚନା ଦେଇଥିଲେ । ଖବରପାଇ ଅଧ୍ୟକ୍ଷା ନିଜେ ପୌର କନିଷ୍ଠ ଯନ୍ତ୍ରୀ ଚିତ୍ତରଞ୍ଜନ ସେଠୀ ଏବଂ ପରିମଳ ଅଧିକାରୀ ଭାଗିରଥୀ ଦାଶଙ୍କୁ ସାଙ୍ଗରେ ଧରି ଘଟଣା ସ୍ଥଳରେ ପହଞ୍ଚିଥିଲେ । ଏହି ସାହିରେ ଡ୍ରେନଜ ବ୍ୟବସ୍ଥା ପୌରପରିଷଦ ପକ୍ଷରୁ କରାଯାଇଥିବା ବେଳେ, କାର୍ଯ୍ୟରତ ଠିକାଦାର ବର୍ଷା ଯୋଗୁଁ ହେଉ କିମ୍ବା ଅନ୍ୟ କୌଣସି କାରଣ ଯୋଗୁଁ ଡ୍ରେନଜ କାର୍ଯ୍ୟ ସମ୍ପୂର୍ଣ୍ଣ କରିନଥିଲା । ଯାହାଫଳରେ ୩୦୦ ରୁ ଅଧିକ ପରିବାର ସହିତ ଛାତ୍ରୀ ମାନେ ଭୋଗୁଛନ୍ତି । ତେବେ ସ୍ଥିତି ଅନୁଧ୍ୟାନ ପରେ ପୌରାଧ୍ୟକ୍ଷାଙ୍କୁ ଏନେଇ ପଚାରିବାରୁ ସ୍ୱୀକାର କରିବା ସହିତ ଡ୍ରେନଜ କାମ ଅସମ୍ପୂର୍ଣ ଥିବାରୁ ଏପରି ପରସ୍ଥିତି ଉପୁଜି ଥିବା କହିଥିଲେ । ତେବେ ବର୍ଷା ଛାଡିବା ମାତ୍ରେ ତୁରନ୍ତ ଅସମ୍ପୂର୍ଣ ଡ୍ରେନ କୁ ସମ୍ପୂର୍ଣ କରିବାକୁ କନିଷ୍ଠ ଯନ୍ତ୍ରୀ ଶ୍ରୀ ସେଠୀଙ୍କୁ ନିଦେ୍ର୍ଦଶ ଦେଇଥିଲେ ।