ଆଇନ ଶୃଙ୍ଖଳା ତଦାରଖ କଲେ ଡିଜି

ସମ୍ବଲପୁର  : ମାଓବାଦୀ ମାନେ ସମାଜର ମୁଖ୍ୟସ୍ରୋତକୁ  ଫେରିଆସିବାକୁ ଆହ୍ୱାନ ଦେଇଛନ୍ତି ପୁଲିସ ଡିଜି ଯୋଗେଶ ବହାଦୁର ଖୁରାନିଆ  । ଆଜି ଦିନିକିଆ ସମ୍ବଲପୁର ଗସ୍ତରେ ଯାଇ  ସାମ୍ବାଦିକ ମାନଙ୍କ ସହିତ ଆଲୋଚନା ସମୟରେ  ଡିଜି କହିଛନ୍ତି । ଲୋକଙ୍କୁ ଦ୍ରାରିଦ୍ୟ ସୀମାରେଖାରୁ ଉର୍ଦ୍ଧ୍ୱକୁ ନେବାର ଅଛି । ଏଥିରେ ହିଂସାର ସ୍ଥାନ ନାହିଁ  । ଏଥିସହ  ଦେଶର ସୁରକ୍ଷା କ୍ଷେତ୍ରରେ ସହିଦ ହୋଇଥିବା ପୁଲିସ ଅଧିକାରୀଙ୍କ ପରିବାର ବର୍ଗଙ୍କୁ ଭେଟିବା ପରେ ରାଜ୍ୟ ପୁଲିସ ଡିଜି କହିଛନ୍ତି, ଏବେ ରାଜ୍ୟରେ ମାଓବାଦୀ ପ୍ରଭାବିତ ଜିଲ୍ଲା ସଂଖ୍ୟା ପୂର୍ବାପେକ୍ଷା ହ୍ରାସ ପାଇଛି । ଏଥିପାଇଁ ପ୍ରାପ୍ତ ସୂଚନାକୁ ଆଧାର କରି ଆବଶ୍ୟକ ପଦକ୍ଷେପ ନିଆଯାଉଛି । ପ୍ରତ୍ୟହ ମାଓବାଦୀ ବିରୁଦ୍ଧରେ ଅପରେସନ ଜାରି ରହିଛି । ଗତ ଜାନୁୟାରୀ ମାସରେ ଛତିଶଗଡ଼ ସୀମାନ୍ତ ନୂଆପଡାର ଗରିଆବନ୍ଧରେ ଉଭୟ ରାଜ୍ୟର ପୁଲିସ ଅପରେସନ ସମୟରେ ବଡ଼ ସଫଳତା ପାଇଥିଲେ । ଏଥିରେ ରାଜ୍ୟର ସ୍ପେସିଆଲ ଅପରେସନ ଗ୍ରୁପର ଗୁରୁତ୍ୱ ଭୂମିକା ଥିଲା ବୋଲି ସେ ସୂଚନା ଦେଇଥିଲେ  । 
ଏହି ଗସ୍ତ ସମୟରେ ରାଜ୍ୟ ପୁଲିସ ମୁଖ୍ୟ ସମ୍ବଲପୁରସ୍ଥିତ ଉତ୍ତରାଞ୍ଚଳ ରେଞ୍ଜର ପାଞ୍ଚ ଜିଲ୍ଲାର ଏସପିମାନଙ୍କ ସହିତ ଆଇନ ଶୃଙ୍ଖଳା ସ୍ଥିତି ନେଇ ସମୀକ୍ଷା କରିଥିଲେ । ସମ୍ବଲପୁର, ସୁବର୍ଣ୍ଣପୁର, ଝାରସୁଗୁଡା, ବଲାଙ୍ଗିର, ବରଗଡ଼ ଜିଲ୍ଲାର ଆରକ୍ଷୀ ଅଧିକ୍ଷକମାନେ ସାମିଲ ହୋଇଥିଲେ  । ସମ୍ବଲପୁର ଠାରେ ହେବାକୁଥିବା ଶ୍ରୀରାମ ନବମୀ ଓ ହନୁମାନ ଜନ୍ମ  ଉସôବ ପର୍ବପର୍ବାଣୀ ପରିପ୍ରେକ୍ଷୀରେ ବିଭାଗୀୟ ବନେ୍ଦାବସ୍ତ ସମ୍ପର୍କରେ ସମ୍ବଲପୁର ଆଇଜି, ଏସପି ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହିତ ବୈଠକ କରିଥିଲେ । ପୂର୍ବାହ୍ନରେ ସ୍ଥାନୀୟ ଆଇଜିଙ୍କ ଦପ୍ତର  ଠାରେ ଅନୁଷ୍ଠିତ ସମାରୋହରେ ସେ ଉକôୃଷ୍ଟ ସେବା ପ୍ରଦର୍ଶନ କରିଥିବା ଉତ୍ତରାଞ୍ଚଳ ଆରକ୍ଷୀ ରେଞ୍ଜର ପୁଲିସ ଅଧିକାରୀ ମାନଙ୍କୁ ଡିଜି ଡିସ୍କ ଓ ପଦକ ପ୍ରଦାନ କରିଥିଲେ । ଏଥିରେ ଆଜି ହିମାଂଶୁ କୁମାର ଲାଲ ସଭାପତିତ୍ୱ କରିଥିଲେ । ପୁରସ୍କୃତ ଅଧିକାରୀମାନେ ହେଲେ ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ଏସଡିପିଓ ପ୍ରଦୀପ କୁମାର ଦାଶ, ବରଗଡ଼ ଜିଲ୍ଲା ଟାଉନ ଥାନା ଅଧିକାରୀ ସତ୍ୟଜିତ କଣ୍ଢେଲକଲ, ସହାୟକ ଡ୍ରାଇଭର ଶରତ ପ୍ରସାଦ ମଲ୍ଲିକ ଏବଂ କନେଷ୍ଟେବଲ ଶିବ ପ୍ରସାଦ ଖରା, ବଲାଙ୍ଗିର ଜିଲ୍ଲାର ଇନ୍ସପେକ୍ଟର ଅବିନାଶ ନାୟକ, ସମ୍ବଲପୁର ଜିଲ୍ଳାରେ କାର୍ଯ୍ୟରତ କନେଷ୍ଟେବଲ ରିଜିନ ବଗର୍ତ୍ତୀ ଓ ଝାରସୁଗୁଡା ଜିଲ୍ଲାର କନେଷ୍ଟେବଲ ସମୀର କୁମାର ଜେନା  ।