ବାଇକ ଶୋଭାଯାତ୍ରା ଓ ରକ୍ତଦାନ ଶିବିର
ସମ୍ବଲପୁର : ସମ୍ୱଲପୁରରେ ପର୍ଶୁରାମ ଜନ୍ମୋତ୍ସବ ଅବସରରେ ଶ୍ରୀପର୍ଶୁରାମ ଜନ୍ମୋତ୍ସବ ସମାରୋହ ସମିତି ପକ୍ଷରୁ ବାଇକ୍ ଶୋଭାଯାତ୍ରା ଓ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରା କ୍ଷେତରାଜପୁର ବୈଷ୍ଣୋଦେବୀ ମନ୍ଦିରରୁ ବାହାରି ସମଲେଶ୍ୱରୀ ମନ୍ଦିର, କୁଞ୍ଜେଲପଡ଼ା, ଝାଡୁଆ ପଡ଼ା, ନନ୍ଦପଡ଼ା, ମାରୱାଡ଼ି ପଡ଼ା ଦେଇ ପର୍ଶୁରାମ ଭବନରେ ଶେଷ ହୋଇଥିଲା । ଏହି ଅବସରରେ ପର୍ଶୁରାମ ଭବନ ମାରୱାଡ଼ି ପଡ଼ାଠାରେ ରକ୍ତଦାନ ଶିବିର ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ମୋଟ ୪୭ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ବେଳେ ସମସ୍ତ ରକ୍ତଦାତାଙ୍କୁ ସମ୍ମାନିତ ମଧ୍ୟ କରାଯାଇଥିଲା । ଏଥିରେ ଶ୍ରୀପର୍ଶୁରାମ ଜନ୍ମୋତ୍ସବ ସମାରୋହ ସମିତିର ସଭାପତି ବିବେକ ଶର୍ମା, ସମ୍ପାଦକ ଗୌତମ ଶର୍ମା, ଉପଦେଷ୍ଟା କୁଞ୍ଜବିହାରୀ ଶର୍ମା ପ୍ରମୁଖ ସହଯୋଗ କରିଥିଲେ ।