ବଚସାକୁ ନେଇ ଗଡିଲା ମୁଣ୍ଡ: ବାପ ମୃତ, ପୁଅ ଗୁରୁତର

 ଖୋର୍ଦ୍ଧା : ସାମାନ୍ୟ ଘଟଣାକୁ ନେଇ ଘଟିଲା ଗଣ୍ଡଗୋଳ  । ଗଣ୍ଡଗୋଳ ତୀବ୍ର ହେବାରୁ ଦୁର୍ବୃତ୍ତଙ୍କ ଆକ୍ରମଣରେ ବାପା ମୃତୁ୍ୟ ବରଣ କରିଥିବା ବେଳେ ପୁଅ ଗୁରୁତର ହୋଇଛି  । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବୋଲଗଡ଼ ଥାନା ଅନ୍ତର୍ଗତ ଝାନ୍ସି ପାଟଣା ଗ୍ରାମରେ  । ସେଇ ଗ୍ରାମର ପ୍ରତାପ ସେଠୀ ଏବଂ ସିଦେ୍ଧଶ୍ୱର ବେହେରାଙ୍କ ମଧ୍ୟରେ ଜାତିଆଣ ଆକ୍ଷେପକୁ ନେଇ ଯୁକ୍ତିତର୍କ ଏବଂ ବଚସା ହୋଇଥିଲା  । ପରେ ସିଦେ୍ଧଶ୍ୱର ଓ ତାଙ୍କ ସାଥିମାନଙ୍କ ଆକ୍ରମଣରେ ପ୍ରତାପ ମୃତୁ୍ୟ ବରଣ କରିଥିବା ବେଳେ ପ୍ରତାପର ପୁଅ ଦୀପୁ ସେଠୀ ଗୁରୁତର ଭାବେ ଆହତ ହୋଇଛନ୍ତି  । ପୁଲିସ ମୃତଦେହ ଜବତ କରିବା ସହ ଆହତଙ୍କୁ ମେଡିକାଲ ପଠାଇଛି । ପୁଲିସର ତଦନ୍ତ ଜାରି ରହିଛି । ଦୁର୍ବୃତ୍ତମାନେ ଘଟଣା ସ୍ଥଳରୁ ଫେରାର ହୋଇଥିବା ବେଳେ ପୁଲିସ ସିଦେ୍ଧଶ୍ୱରର ପରିବାର ଲୋକଙ୍କୁ ଅଟକ ରଖି  ପଚରା ଉଚରା ଜାରିରଖିଛି  ।