ଝରକା ଭାଙ୍ଗି ଲୁଟ୍, ୩ ଗିରଫ

ଝରକା ଭାଙ୍ଗି ଲୁଟ୍, ୩ ଗିରଫ

ଜଟଣୀ : ଗୃହ ମାଲିକଙ୍କ ଅନୁପସ୍ଥିତରେ ଘରର ଝରକା ଭାଙ୍ଗି ଲୁଟ ଅଭିଯୋଗରେ ଜଟଣୀ ଥାନା ପୁଲିସ ୨୯/୨୫ ରେ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହ ମୁଣ୍ଡିଆ ସାହିର ସଞ୍ଜିତ୍ ସ୍ୱାଇଁ ଓରଫ ଲିଟୁ (୨୪), ଗୋପବନ୍ଧୁ ନଗର ଅଞ୍ଚଳର କାର୍ତିକ ମହାରଣା ଓରଫ କାହ୍ନା (୩୨) ଏବଂ ତ୍ରୈଲୋକ୍ୟ ହଡା ଓରଫ ଶିବୁ (୨୭) ନାମକ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଥାନାଧିକାରୀ ସୌମ୍ୟକାନ୍ତ ବଳିଆରସିଂହଙ୍କ ସୂଚନା ଅନୁସାରେ ପ୍ରଭାସିନୀ ମହାରଣା ନାମ୍ନୀ ଜଣେ ମହିଳା ପରିବାର ସହ ସ୍ଥାନୀୟ ରାମଚନ୍ଦ୍ରପୁର ମାର୍କେଟ ଅଞ୍ଚଳରେ ରୁହନ୍ତି  । ତେବେ ଗତ ୩ ତାରିଖ ସକାଳେ ପ୍ରଭାସିନି ପୁଅକୁ ଆଣିବା ଲାଗି ସ୍କୁଲକୁ ଯାଇଥିଲେ । ଏହାର ସୁଯୋଗ ନେଇ ଅଭିଯୁକ୍ତ ଲିଟୁ, କାର୍ତ୍ତିକ ଏବଂ ତ୍ରୌଲୋକ୍ୟ ଘରର ଝରକା ଭାଙ୍ଗି ଭିତରେ ପଶିବା ସହ ସୁନା କାନଫୁଲ, ସୁନା ଲକେଟ, ରୂପା ଗହଣା ଏବଂ ଟଙ୍କା ଚୋରୀକରି ନେଇଯାଇଥିଲେ  । ମହିଳା ଜଣଙ୍କ ପୁଅକୁ ନେଇ ଘରକୁ ଫେରିବା ପରେ ଘରୁ ସୁନା ଓ ରୂପା ସାମଗ୍ରୀ ସବୁ ଚୋରି ହୋଇଯାଇଥିବା ଜାଣିବାକୁ ପାଇଥିଲେ । ପରେ ସେ ଏନେଇ ଜଟଣୀ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଏହି ମାମଲାର ତଦନ୍ତ କରୁଥିବା ବେଳେ, ଅଭିଯୁକ୍ତ ଲିଟୁ, କାର୍ତ୍ତିକ ଏବଂ ତ୍ରୌଲୋକ୍ୟ ଉକôଳ ଇଞ୍ଜିନିୟରିଂ କଲେଜ ନିକଟରେ ସନେ୍ଦହଜନକ ଅବସ୍ଥାରେ ବୁଲାବୁଲି କରିବା ସହିତ ଚୋରା ରୂପା ତଥା ସୁନା ସାମଗ୍ରୀ ସବୁକୁ କମ ଦାମରେ ବିକ୍ରି କରିବା ଲାଗି ଗ୍ରାହକ ସନ୍ଧାନରେ ଥିବା ନେଇ ଜାଣିବାକୁ ପାଇଥିଲେ । ମିଳିଥିବା ଏହି ସୂଚନା ଆଧାରରେ ପୁଲିସ ଘଟଣା ସ୍ଥଳରେ ଚଢ଼ଉ କରିବା ସହିତ ତିନି ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ସେମାନଙ୍କ ମଧ୍ୟରୁ ସଞ୍ଜିତ ସ୍ୱାଇଁ (ଲିଟୁ) ସ୍ୱାଇଁଙ୍କ ନାମରେ ବିଭିନ୍ନ ଥାନାରେ ମୋଟ ୧୨ଟି ଅପରାଧିକ ମାମଲା ରହିଥିବା ବେଳେ, କାର୍ତ୍ତିକ ମହାରଣାଙ୍କ ନାମରେ ସର୍ବାଧିକ ୨୨ଟି ଓ ଅଭିଯୁକ୍ତ ତ୍ରୌ÷ଲୋକ୍ୟ ହଡାଙ୍କ ନାମରେ ମୋଟ ୧୧ ଗୋଟି ଅପରାଧିକ ମାମଲା ରହିଛି ।