ଆଇପିଏଲ: କମ ବୟସ୍କଙ୍କ କମାଲ

 ଭୁବନେଶ୍ୱର:  ଚଳିତ ଆଇପିଏଲରେ କମ୍ ବୟସ୍କ ଖେଳାଳିଙ୍କ କମାଲ ଦେଖିବାକୁ ମିଳିଛି । ଏହି କମ୍ ବୟସ୍କର ଖେଳାଳି ମଇଦାନକୁ ଓହ୍ଲାଇ ଛକା ଚୌକା ବର୍ଷା କରୁଛନ୍ତି । ବଡ଼ ଖେଳାଳିଙ୍କୁ ବି ସେମାନେ ପଛରେ ପକାଇ ଦେଉଛନ୍ତି । ପଡ଼ିଆରେ ଯାହା ବଡ଼ ଖେଳାଳି କରି ପାରୁ ନାହାନ୍ତି କମ୍ ବୟସର ଖେଳାଳିମାନେ ତାହା କରି ଦେଖାଇ ଦେଉଛନ୍ତି । ପ୍ରଥମେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ୧୪ ବର୍ଷର ବୈଭବ ସୂର୍ଯ୍ୟବଂଶୀ ଓ ଏବେ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ୧୭ ବର୍ଷର ଆୟୁଷ ମହାତ୍ରେ ବିସ୍ଫୋରକ ବ୍ୟାଟିଂ କରିଛନ୍ତି । ଆଇପିଏଲ ଆରମ୍ଭରୁ ସେମାନଙ୍କୁ ସୁଯୋଗ ମିଳିନଥିଲା । ଯେବେ ସୁଯୋଗ ମିଳିଲା ସେମାନେ ନିଜକୁ ପ୍ରମାଣିତ କରିଦେଲେ । 
ବୈଭବ ସୂର୍ଯ୍ୟବଂଶୀ ୧୪ ବର୍ଷ ୨୩ ଦିନରେ ଆଇପିଏଲରେ ଡେବୁ୍ୟ କରିଥିବା ସବୁଠାରୁ ଯୁବ ଖେଳାଳି । ଆଇପିଏଲ ଆରମ୍ଭ ହେବା ପରେ ବୈଭବ ଜନ୍ମ ଗ୍ରହଣ କରିଥିଲେ । ଡେବୁ୍ୟ ମ୍ୟାଚ୍ର ପ୍ରଥମ ବଲରେ ଛକା ମାରି ସେ ଆଉ ଏକ ରେକର୍ଡ ବି ନିଜ ନାଁରେ କରିଦେଇଛନ୍ତି ।
ସେହିପରି ଆୟୁଷ ମହାତ୍ରେଙ୍କୁ ମଧ୍ୟ ଚେନ୍ନାଇ ଆରମ୍ଭରୁ ସୁଯୋଗ ଦେଇନଥିଲା । ହେଲେ ମୁମ୍ବାଇ ବିପକ୍ଷ ମ୍ୟାଚ୍ରେ ଦଳ ତାଙ୍କୁ ରାହୁଲ ତ୍ରିପାଠୀଙ୍କ ସ୍ଥାନରେ ସୁଯୋଗ ଦେଇଥିଲା । ସେ ପ୍ରଥମ ୱିକେଟରେ ବ୍ୟାଟିଂ ଆସି ଆକ୍ରାଣାତ୍ମକ ସଟ୍ ଖେଳିଥିଲେ । ସେ ୧୫ ବଲରେ ୪ ଚୌକା ଓ ୨ ଛକା ମାରି ୩୨ ରନ କରିଥିଲେ । ଆଉ ବାଉଣ୍ଡ୍ରି ପାଖରେ ଚମକôାର ଫିଲ୍ଡିଂ କରିଥିଲେ ।