ଜାତୀୟ ତାଇକୋଣ୍ଡୋ ପ୍ରତିଯୋଗିତାରେ ରାଜଶ୍ରୀଙ୍କୁ କାଂସ୍ୟ 

ଜାତୀୟ ତାଇକୋଣ୍ଡୋ ପ୍ରତିଯୋଗିତାରେ ରାଜଶ୍ରୀଙ୍କୁ କାଂସ୍ୟ 

ତାଳଚେର : ତାଇକୋଣ୍ଡୋ ଫେଡେରେସନ ଅଫ୍‌ ଇଣ୍ଡିଆ ଆନୁକୂଲ୍ୟରେ ଉତ୍ତରପ୍ରଦେଶର ବରେଲି ସ୍ଥିତ ସ୍ପୋର୍ଟସ ଇଣ୍ଡୋର ହଲ୍‌ରେ ଅନୁଷ୍ଠିତ ୪୧ ତମ ବରିଷ୍ଠ ଏବଂ ଅଷ୍ଟମ କ୍ୟାଡେଟ କ୍ୟୁରୋଗି ଓ ପୁମ୍‌ସେ ଚାମ୍ପିଅନସିପ୍‌ ଅନୁଷ୍ଠିତ ହୋଇଯାଇଛି । ଏହି ଜାତୀୟ ପ୍ରତିଯୋଗିତାରେ ଅନୁଗୋଳ ଜିଲ୍ଲାର ପ୍ରତିଯୋଗୀ ମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ଚଳିତ ମାସ ୨୧ ରୁ ୨୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ଜାତୀୟ ସ୍ତରର ପ୍ରତିଯୋଗିତାରେ ୧୯ଟି ରାଜ୍ୟରୁ ମୋଟ ୮୫୦ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଓଡିଶାରୁ ୪୦ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିବା ବେଳେ ତାଳଚେର ତାଇକୋଣ୍ଡୋ ଏକାଡେମୀର ୨ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ତାଳଚେରର ରାଜଶ୍ରୀ ନାୟକ ଗୋଟିଏ କାଂସ୍ୟ ପଦକ ହାସଲ କରି ତାଳଚେର ତଥା ଅନୁଗୋଳ ଜିଲ୍ଲା ପାଇଁ ସୁନାମ ଅର୍ଜନ କରିଛନ୍ତି । ଏହି ସଫଳତା ପାଇଁ ତାଳଚେର ତାଇକୋଣ୍ଡୋ ଏକାଡେମୀର ସମ୍ପାଦକ ସୁଶାନ୍ତ ପ୍ରଧାନ, ଅନୁଗୋଳ ତାଇକୋଣ୍ଡୋ ଆସୋସିଏସନ ସମ୍ପାଦକ ପ୍ରଶିକ୍ଷକ ପ୍ରମୋଦ କୁମାର ପ୍ରଧାନ ଏବଂ ଓଡିଶା ତାଇକୋଣ୍ଡୋ ଆସୋସିଏସନ ସାଧାରଣ ସମ୍ପାଦକ ମନମୋହନ ଭଞ୍ଜ ସମସ୍ତ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।