ଆଉ ଦେଖିବାକୁ ମିଳୁନି ‘ବାଈ ଚଢେଇ’ ବସା

 ତାଳଚେର :  ଯୁଗ ଯୁଗ ଧରି ପ୍ରକୃତିର ବିସ୍ମୟ ଭାବେ ବିବେଚିତ ହେଉଥିବା ପକ୍ଷୀ ଜଗତର କ୍ଷୁଦ୍ର ପକ୍ଷୀ ବାଈ ଚଢେଇ ଓ ତାହାର ବସା ଏବେ ବିଲୁପ୍ତ ହେବାକୁ ବସିଲାଣି । ୮୦ ଦଶକରେ ଏମାନଙ୍କ ସଂଖ୍ୟା ଅଗଣିତ ଥିଲା । ଗ୍ରାମରେ ବିଲମାଳ, ପଡିଆ ଜମି ପାଖରେ ଥିବା ତାଳ ଓ ଖଜୁରି ଗଛରେ ବାଈ ଚଢେଇ ବସା ଦେଖିବାକୁ ମିଳୁଥିଲା । ଏବେ ଏହି ସଂଖ୍ୟା ଢେର ହ୍ରାସ ପାଇଛି । କାଁଭାଁ ସ୍ଥାନରେ ଏହି ପକ୍ଷୀଙ୍କ ବସା ଦେଖିବାକୁ ମିଳୁଛି । ତଳ ଗଛର ଅଗ୍ରଭାଗ ଜୀବନ୍ତ ପତ୍ରକୁ ଥଣ୍ଟ ମୁନରେ ସରୁ ସ ତଳ ମୁହାଁ ଝୁଲନ୍ତା ବସ୍ ନିର୍ମାଣ ଶୈଳୀ ମନୁଷ୍ୟ ଦ୍ୱାରା ସମ୍ଭବ ହୋଇନଥାଏ । ଏହି କାରିଗତ ବିଦ୍ୟା କ୍ଷୁଦ୍ର ପକ୍ଷୀର ଜନ୍ମଜାତ ଓ ପ୍ରକୃତିଦର ଗୁଣ । ଯେତେ ଜୋରରେ ପବନ ବହିଲେ ବି ବସାର କିଛି ବି କ୍ଷତି ହୋଇନଥାଏ । ବର୍ଷା, କୁଆପଥର ମାଡରେ ଏହି କୁନି ପକ୍ଷୀର ମଧ୍ୟ କିଛି କ୍ଷତି ହୋଇନଥାଏ । ପ୍ରତିବର୍ଷ ବାଈ ଚଢେଇ ନିଜର ବସାକୁ ନୂଆଁରେ ତିଆରି କରିଥାଏ । ମୌସୁୁମୀ ଆଗମନର କିଛିଦିନ ପୂର୍ବରୁ ବସା ବାନ୍ଧିବା ଦେଖିବାବାକୁ ମିଳିଥାଏ, ବାଈ ଚଢେଇ ବସା ବାନ୍ଧିଲେ ଚାଷୀ ଖୁସି ହୋଇଥାନ୍ତି । ଚାଷୀ ଚାଷ ଅରମ୍ଭ କରିବାକୁ ପ୍ରସ୍ତୁତି ସହ ମୌସୁମୀ ଆସିଗଲା ବୋଲି ଧରି ନେଇଥାନ୍ତି । ଅତୀତରେ ଚାଳଛପର ଘରେ ରହୁଥୁବା କୃଷକଙ୍କ ଏହି ଚଢେଇ ଏକ ପ୍ରକା ବନ୍ଧୁ ଭାବେ ଜଣାଶୁଣା ଥିଲା । ଚାଷ ଜମିରେ ଏହି ପ୍ରଜାତିର ଚଢେଇ ଛୋଟ ଛୋଟ ପୋକଜୋକ ଖାଇଥାନ୍ତି, ଯାହାକି ଚାଷୀର ଫସଲ କୀଟପତଙ୍ଗ ଦାଉରୁ ସୁରକ୍ଷା ଦେଇଥାଏ । ଏବେ ଆଧୁନିକ ଯୁଗରେ ଚାଳଘର ସ୍ୱପ୍ନ ପାଲଟିବାରୁ ସେମାନଙ୍କ ସଂଖ୍ୟା ଲୋପ ପାଇବାକୁ ଲାଗିଲା । ଏଥିସହ ମୋବାଇ ଇଲ ଟାୱାର ସଂଖ୍ୟା ବୃଦ୍ଧି ଏମାନଙ୍କ ପାଇଁ ବିପଦ ହୋଇଛି । ଟାୱାର କ୍ଷତିକାରକ ବିକିରଣ ଏହି ପକ୍ଷୀଙ୍କ ବଂଶ ବିସ୍ତାର କରିବାରେ ପ୍ରତିବନ୍ଧକ ସାଜିଛି । ଯହାଫଳରେ ବାଈଚଢ଼େଇ ଆସ୍ତେ ଆସ୍ତେ ଲୋପ ପାଇବାରେ ଲାଗିଛି । ସେ ସହିପରି ଚାଷୀ ଜମିରେ ବିଭିନ୍ନ  ରାସୟନିକ ସାର ପ୍ରୟୋଗ କରୁଥିବାରୁ ବାଈଚଢେଇ ଆଉ ଜମିମାଳକୁ ଯାଉ ନାହାଁନ୍ତି ।  କିଛି ସମାଜସେବୀ ଏହି ବିଲୁପ୍ତ ହେବାକୁ ବସିଥିବା ବାଈର ସୁରକ୍ଷା ପାଇଁ ଅଣ୍ଟା ଭିଡିଛନ୍ତି । ସରକାରୀ ଚଢେଇର ସୁତ କିମ୍ବା ବେସର ସରାକରୀ ଜାଗାରେ ବନବିଭାଗ ଦ୍ୱାରା ଖଜୁରି ଗଛ ଲଗାଯିବା ଏବଂ ଗ୍ରାମାଞ୍ଚଳର ଘର ଗୁଡିକ ସମ୍ମୁଖରେ ଅସ୍ଥାୟୀ ଚଢେଇ ବସ ନିର୍ମାଣ କରିବାକୁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।