ବନ୍ଧୁକ ମୁନ୍ରେ ୭ ଲକ୍ଷ ଲୁଟ୍
ଭଦ୍ରକରେ ବନ୍ଧୁକ ମୁନ୍ରେ ବ୍ୟାଙ୍କରେ ସଶସ୍ତ୍ର ଡକାୟତି ହୋଇଛି। ତିହିଡ଼ି ବଜାରସ୍ଥିତ ଏୟୁ ସ୍ମଲ ଫାଇନାନ୍ସ ବ୍ୟାଙ୍କ୍ରେ ଲୁଟ୍ ହୋଇଛି। ବ୍ୟାଙ୍କ ମ୍ୟାନେଜରଙ୍କ ମୁଣ୍ଡରେ ବନ୍ଧୁକ ରଖି ୪ ମୁଖାପିନ୍ଧା ଦୁର୍ବୃତ୍ତ ଲୁଟ୍ କରି ଫେରାର ହୋଇଯାଇଛନ୍ତି। ୭ ଲକ୍ଷ ୫୫ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଲୁଟ୍ ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ତିହିଡ଼ି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।