ଆଉ ବଣ୍ଟାଯିବ ୧୫ ଲକ୍ଷ ରାସନ କାର୍ଡ

ଆଉ ବଣ୍ଟାଯିବ ୧୫ ଲକ୍ଷ ରାସନ କାର୍ଡ

ଭୁବନେଶ୍ୱର : ନୂଆବର୍ଷରୁ ଆଉ ୧୫ ଲକ୍ଷ ରାସନ କାର୍ଡ ବଣ୍ଟାଯିବ । ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ ଘୋଷଣା କରିଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ସରକାରଙ୍କ ପାଖରେ ରାସନ କାର୍ଡର ଅଭାବ ନାହିଁ । ଏଯାଏଁ ରାଜ୍ୟରେ ୬ ଲକ୍ଷ ୩୯ ହଜାର ରାସନ କାର୍ଡ ବଣ୍ଟା ସରିଛି । ଆହୁରି ୧୫ ଲକ୍ଷ କାର୍ଡ ଆମ ପାଖରେ ଅଛି । ପ୍ରାୟ ୧୫ ଲକ୍ଷ ୩୩ ହଜାର ଆବେଦନ ଆସିଛି । ଅଯୋଗ୍ୟଙ୍କୁ ବାଦ୍‌ ଦେଇ ସମସ୍ତ ଯୋଗ୍ୟଙ୍କୁ  ରାସନ କାର୍ଡ ମିଳିବ ବୋଲି ସେ କହିଛନ୍ତି ।