ଟେକ୍ ହୋମ୍ ରାସନର ଗୁଣବତ୍ତା ଉପରେ ଗୁରୁତ୍ୱ

 ଭୁବନେଶ୍ୱର  : ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ମହିଳା ଶିଶୁ ବିକାଶ ବିଭାଗ ସମ୍ମିଳନୀ କକ୍ଷରେ ମହିଳା ଓ ଶିଶୁ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଟେକ ହୋମ୍ ରାସନ ଯୋଜନା ଅନ୍ତର୍ଗତ ଗତ ନଭେମ୍ବର ମାସରେ ଅନୁଷ୍ଠିତ ଟେକ ହୋମ୍ ରାସନ କନକ୍ଲେଭରେ ଉପସ୍ଥାପିତ ପରାମର୍ଶ ବିଷୟରେ ଏହି ବୈଠକରେ ବିଶଦ ଆଲୋଚନା କରାଯାଇଥିଲା । ଉପମୁଖ୍ୟମନ୍ତ୍ରୀ ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, କର୍ଣ୍ଣାଟକ, ଆସାମ, ତେଲେଙ୍ଗନା, ଛତିଶଗଡ ଏବଂ ଝାଡଖଣ୍ଡ ଆଦି କାର୍ଯ୍ୟକାରୀ ହେଉଥିବା ଟେକ ହୋମ୍ ରାସନ ଉତ୍ପାଦନ ମଡେଲଗୁଡିକ ଉପରେ ଚର୍ଚ୍ଚା କରିଥିଲେ । ସମନ୍ୱିତ ଶିଶୁ ବିକାଶ ସେବା ଅଧୀନରେ ହିତାଧିକାରୀଙ୍କୁ ବଣ୍ଟା ଯାଉଥିବା ଟେକ ହୋମ୍ ରାସନର ଗୁଣବତ୍ତାକୁ ଉନ୍ନତ କରିବା ପାଇଁ ନିଆଯାଉଥିବା ପଦକ୍ଷେପଗୁଡିକର ସମୀକ୍ଷା କରିଥିଲେ ।
ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ମହିଳା ଶିଶୁ ବିକାଶ ବିଭାଗର ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଯୋଜନା ଯଥା ସକ୍ଷମ ଅଙ୍ଗନବାଡି, ମିଶନ ବାସôଲ୍ୟର କାର୍ଯ୍ୟକାରିତାର ଉପରେ ମଧ୍ୟ ସମୀକ୍ଷା କରିଥିଲେ । ସକ୍ଷମ ଅଙ୍ଗନବାଡି କାର୍ଯ୍ୟକ୍ରମ ମାଧ୍ୟମରେ ଆସନ୍ତା ୩ ବର୍ଷ ମଧ୍ୟରେ ରାଜ୍ୟର ସମସ୍ତ ଅଙ୍ଗନବାଡି କେନ୍ଦ୍ରକୁ ସକ୍ଷମ ଅଙ୍ଗନବାଡିରେ ପରିଣିତ କରିବା ନିମନ୍ତେ ରୋଡମ୍ୟାପ ପ୍ରସ୍ତୁତ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ନିଦେ୍ର୍ଦଶ ଦେଇଛନ୍ତି ।