ଆଗ୍ରାରୁ ନିଖୋଜ ଛାତ୍ରୀ ଉଦ୍ଧାର
ରଗଡି:କୋରେଇ ଅଞ୍ଚଳରୁ ନିଖୋଜ ଜନୈକା କଲେଜ ଛାତ୍ରୀକୁ ପୁଲିସ ଆଗ୍ରାରୁ ଉଦ୍ଧାର କରିଛି । ତେବେ ଛାତ୍ରୀ ସାଙ୍ଗରେ ଥିବା ଯୁବକ ପୁଲିସ ହାତରେ ଲାଗିନି । ଛାତ୍ରୀ ନିଖୋଜ ନେଇ ଗତମାସ ୧୯ତାରିଖରେ ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ ।
ଅଭିଯୋଗରେ ପରିବାର ଜଣେ ଯୁବକର ସଂପୃକ୍ତି ଥିବା ଦର୍ଶାଇଥିଲେ । ପୁଲିସ ପକ୍ଷରୁ ଏକ ନିଖୋଜ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଇଥିଲା । ଗତ ବୁଧବାର ଏସଆଇ ପ୍ରଶାନ୍ତ କୁମାର ତ୍ରିପାଠୀଙ୍କ ନେତୃତ୍ୱରେ ପୁଲିସ ଟିମ ପରିବାର ପ୍ରଥମେ ଗୋଆରେ ପହଁଚିଥିଲେ । ସେଠାରୁ ଦିଲ୍ଲୀ ଓ ପରେ ଆଗ୍ରା ଯାଇ ଶନିବାର ସେଠାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ବେଳେ ଯୁବକ ଜଣକ ଖସି ଯିବାକୁ ସକ୍ଷମ ହୋଇଥିଲେ ।