ଆଜି ଉପରାଷ୍ଟ୍ରପତି ନିର୍ବାଚନ
ନୂଆଦିଲ୍ଲୀରୁ ବିକାଶ ସ୍ୱାଇଁ :
ଆସନ୍ତାକାଲି ଉପରାଷ୍ଟ୍ରପତି ନିର୍ବାଚନ ହେବ । ଜଗଦୀପ ଧନକର ହଠାତ୍ ପଦରୁ ଇସ୍ତଫା ଦେବାରୁ ଅସମୟରେ ଉପରାଷ୍ଟ୍ରପତି ନିର୍ବାଚନର ଆବଶ୍ୟକତା ପଡ଼ିଛି । ଏନଡ଼ିଏ ପକ୍ଷରୁ ବରିଷ୍ଠ ବିଜେପି ନେତା ସିପି ରାଧାକ୍ରୀଷ୍ଣନଙ୍କୁ ପ୍ରାର୍ଥୀ କରାଯାଇଥିବାବେଳେ ଇଣ୍ଡିଆ ମେଣ୍ଟ ପକ୍ଷରୁ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ବି ସୁଦର୍ଶନ ରେଡ୍ଡୀଙ୍କୁ ପ୍ରାର୍ଥୀ କରାଯାଇଛି । ସଂଖ୍ୟା ଗଣିତରେ ଏନଡ଼ିଏର ପଲା ଭାରି ରହିଥିବାବେଳେ ୪୨୩ ସାଂସଦଙ୍କ ସମର୍ଥନ ରହିଛି । ତେବେ ଜିତିବାର ସମ୍ଭାବନା କମ୍ ଥିଲେବି ଇଣ୍ଡିଆ ମେଣ୍ଟ କ୍ରସଭୋଟିଂର ଆଶା ରଖିଛି ।
ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ନୂଆଦିଲ୍ଲୀ ରାଜନୀତି ସରଗରମ ହୋଇଯାଇଛି । ଉଭୟ ପକ୍ଷର ସବୁ ସାଂସଦ କିଭଳି ଭୋଟ ଦେବେ ସେନେଇ ଉଦ୍ୟମ ହୋଇଛି । ବିଜେପି ପକ୍ଷରୁ କର୍ମଶାଳାର ଆୟୋଜନ କରାଯାଇଥିବାବେଳେ ବନ୍ୟା ପାଇଁ ମୋଦିଙ୍କ ନୈଶଭୋଜନକୁ ବାତିଲ୍ କରାଯାଇଥିଲା । ପରେ ମଲ୍ଲିକାର୍ଜୁନ ଖଡ଼ଗେ ମଧ୍ୟ ଇଣ୍ଡିଆ ମେଣ୍ଟ ପାଇଁ ହେବାକୁ ଥିବା ନୈଶଭୋଜନକୁ ବାତିଲ୍ କରିଦେଇଥିଲେ । ଉଭୟ ମେଣ୍ଟର ସାଂସଦ ଓ ବିଭିନ୍ନ ରାଜ୍ୟର ବରିଷ୍ଠ ନେତାମାନେ ଏବେ ଦିଲ୍ଲୀରେ ଥିବା ଦେଖିବାକୁ ମିଳିଛି । ସମସ୍ତେ ନିଜ ଗୋଷ୍ଠୀଭୁକ୍ତ ସାଂସଦମାନଙ୍କର ଶତ ପ୍ରତିଶତ ଭୋଟ ଯେଭଳି ନିଜ ପ୍ରାର୍ଥୀଙ୍କୁ ଯିବ ତାହା ସୁନିଶ୍ଚିତ କରିବାକୁ ଅଣ୍ଟା ଭିଡ଼ିଛନ୍ତି ।ଆଜି ଉପରାଷ୍ଟ୍ରପତି... ସଂସଦ ଭବନର ରୁମ୍ ନମ୍ବର ଏଫ-୧୦୧ (ବସୁଧା) ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମତଦାନ ହେବ । ସଂଧ୍ୟା ୬ଟାରେ ଭୋଟ୍ ଗଣତି କରାଯିବ । ଏହାପରେ ଫଳାଫଳ ଘୋଷଣା କରାଯିବ ବୋଲି ରାଜ୍ୟସଭାର ମହାସଚିବ ତଥା ରିଟର୍ଣ୍ଣିଂ ଅଫିସର ପିସି ମୋଦି ସୂଚନା ଦେଇଛନ୍ତି ।
ଆସନ୍ତାକାଲି ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ଉପ-ରାଷ୍ଟ୍ରପତି ନିର୍ବାଚନ । ବିଜେପି ନେତୃତ୍ୱାଧୀନ ଏନଡିଏ ଓ ବିରୋଧୀ ଇଣ୍ଡିଆ ମେଣ୍ଟ ଆସନ୍ତାକାଲି ହେବାକୁ ଥିବା ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରସ୍ତୁତି ଚୂଡାନ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଜାବ ଓ ହିମାଚଳ ପ୍ରଦେଶର ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ ପାଇଁ ଯିବା ପୂର୍ବରୁ ପ୍ରଥମେ ଭୋଟ୍ ଦେବେ ବୋଲି ଆଶା କରାଯାଉଛି । ଭୋଟ୍ ପ୍ରକ୍ରିୟା ଉପରେ ସଂସଦ ସଦସ୍ୟମାନଙ୍କ ପାଇଁ ବିଭିନ୍ନ ତାଲିମ ଅଧିବେଶନ ଓ କର୍ମଶାଳା ଆୟୋଜିତ କରିଛି । ୱାଇଏସଆରସିପି ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇଥିବା ବେଳେ, ବିଜୁ ଜନତା ଦଳ (ବିଜେଡି) ଓ ଭାରତ ରାଷ୍ଟ୍ର ସମିତି (ବିଆରଏସ), ଯାହାଙ୍କ ସଂଖ୍ୟା ୧୧, ଉଭୟ ଭୋଟ୍ ଦେବାରୁ ବିରତ ରହିବାର ନିଷ୍ପତ୍ତି ଘୋଷଣା କରିଛନ୍ତି । ବିଜେଡିର ଜଣେ ପ୍ରତିନିଧି କହିଛନ୍ତି ଯେ ଦଳର ଉଦେ୍ଦଶ୍ୟ ହେଉଛି "ଭାରତ ଓ ଇଣ୍ଡିଆ ମେଣ୍ଟ ଉଭୟଠାରୁ ସମାନ ଦୂରତାରେ ରହିବା । ସେମାନେ କେବଳ ଓଡ଼ିଶାର ବିକାଶ ଉପରେ ଧ୍ୟାନ ଦେବାକୁ ଚାହାଁନ୍ତି ।