ଆଜି ରାଷ୍ଟ୍ରପତିଙ୍କ ପ୍ରଶ୍ନର ଉତ୍ତର ଦେବେ ସୁପ୍ରିମ୍‌କୋର୍ଟ

ଆଜି ରାଷ୍ଟ୍ରପତିଙ୍କ ପ୍ରଶ୍ନର ଉତ୍ତର ଦେବେ ସୁପ୍ରିମ୍‌କୋର୍ଟ

ବିଲ ସଂକ୍ରାନ୍ତରେ ୧୪ଟି ପ୍ରଶ୍ନ କରିଥିଲେ ଦ୍ରୌପଦୀ

ନୂଆଦିଲ୍ଲୀ : ବିଲ ଅନୁମୋଦନ ପ୍ରସଙ୍ଗରେ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ସମୟସୀମାକୁ ନେଇ ସୁପ୍ରିମକୋର୍ଟଙ୍କୁ ୧୪ଟି ପ୍ରଶ୍ନ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସନ୍ତାକାଲି ସୁପ୍ରିମକୋର୍ଟ ଏନେଇ ନିଜର ମତାମତ ଜଣାଇବେ ବୋଲି ଜାଣିବାକୁ ମିଳିଛି । ସମ୍ବିଧାନର ଧାରା ୨୦୦ ଅନୁଯାୟୀ ରାଷ୍ଟ୍ରପତିଙ୍କୁ ଓ ଧାରା ୨୦୧ ଅନୁଯାୟୀ, ରାଜ୍ୟପାଳଙ୍କୁ ବିଲ୍‌ ଅନୁମୋଦନର କ୍ଷମତା ମିଳିଛି । ତେବେ ତାମିଲନାଡୁ ରାଜ୍ୟପାଳଙ୍କ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ନେଇ ସାରା ଦେଶରେ ଆଲୋଡ଼ନ ସୃଷ୍ଟି ହୋଇଥିଲା । ଏନେଇ ସୁପ୍ରିମକୋର୍ଟଙ୍କୁ ରାଷ୍ଟ୍ରପତି ୧୪ଟି ପ୍ରଶ୍ନ କରିଥିଲେ । ବିଶେଷକରି ସମ୍ବିଧାନ ସମୟସୀମା ଧାର୍ଯ୍ୟ କରିନଥିବାବେଳେ କୋର୍ଟ ସମୟସୀମା ଧାର୍ଯ୍ୟ କରିପାରିବେ କି ବୋଲି ରାଷ୍ଟ୍ରପତି ମୁର୍ମୁ ପ୍ରଶ୍ନ କରିଥିଲେ ।


     ରାଷ୍ଟ୍ରପତିଙ୍କ ପ୍ରଶ୍ନ ଉପରେ ସୁପ୍ରିମକୋର୍ଟର ଖଣ୍ଡପୀଠ ତର୍ଜମା କରିଥିଲେ । ସେପ୍ଟେମ୍ବର ୧୧ରୁ ପ୍ରଧାନ ବିଚାରପତି ଜଷ୍ଟିସ୍‌ ବିଆର ଗଭାଇ, ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ, ଜଷ୍ଟିସ୍‌ ବିକ୍ରମ ନାଥ, ଜଷ୍ଟିସ୍‌ ପିଏସ ନରସିଂହା, ଜଷ୍ଟିସ୍‌ ଏଏସ ଚନ୍ଦୁରକରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏନେଇ ତର୍ଜମା କରିଥିଲେ । ଏଥିପାଇଁ ୧୦ ଥର ଶୁଣାଣୀ ହୋଇଥିଲେବି ମତାମତ ସଂରକ୍ଷିତ ରହିଥିଲା ।