ଆଜିଠାରୁ ୭୦ତମ ଗଜ ଉଦ୍ଧାରଣ ଉସବ

 କୁଆଖିଆ: କୁଆଖିଆ ବିଜୁଗ୍ରାମୀଣ ବଜାର ଠାରେ ଆସନ୍ତା କାଲି ଠାରୁ ପ୍ରସିଦ୍ଧ ୭୦ତମ ଲକ୍ଷ୍ମୀନାରାୟଣ ପୂଜା ଉସôବ ଆରମ୍ଭ ହେବାକୁ ଯାଉଛି । ଏହି ଅବସରରେ ଆସନ୍ତା କାଲି ସୋମବାର ଅପରାହ୍ନ ଠାରୁ ଠାକୁରଙ୍କ ଶୁଭ କଳସ ଶୋଭାଯାତ୍ରା, ହୋମଯଜ୍ଞ, ଶୋଢଶ ଉପଚାର ପୂଜା ଓ ଚକ୍ଷୁଦାନ ହେବା ସହିତ ୧୭ ତାରିଖ ଠାରୁ ଅତ୍ନ୍ା ମାସ ୫ତାରିଖ ପର୍ଯ୍ୟନ୍ତ ପ୍ରତୈହ ଦିନନାମ ସଂକିର୍ତନ, ଆନନ୍ଦବଜାର, ପୁରୁଷ ଓ ମହିଳା ବାଦିପାଲା, ଆଧ୍ୟାତ୍ମିକ ପ୍ରବଚନ ,ଗୀତା ପାଠ, ସାଧୁବାଣୀ, ଭଜନ ସନ୍ଧ୍ୟା,ଡାଇମଣ୍ଡ ଗ୍ରୃପ୍ ଚାନ୍ଦବାଲି ଦ୍ୱାରା ଡ୍ୟାନ୍ସ,ଏବଂ କଳାନିକେତନ ନୃତ୍ୟ ସାଙ୍ଗକୁ ୭ଟି ଆଂଚଳିକ ନାଟ୍ୟ ସପ୍ସସଦ କଳାକାରଙ୍କ ଦ୍ୱାରା ନାଟକ ମହୋତ୍ସବର କାର୍ଯ୍ୟକ୍ରମ ରହିଥିବା ବେଳେ ଲକ୍ଷ୍ମୀନାରାୟଣଙ୍କ ଭଷାଣୀ ଉସôବ ୬ ତାରିଖ ସମାପ୍ତ ହେବା ପାଇଁ କମିଟି ପକ୍ଷରୁ ସ୍ଥିର ହୋଇଛି । ତେବେ ଏଥିପାଇଁ ପ୍ରତ୍ୟେକ ଦିନ ହଜାର ହଜାର ଦର୍ଶକ ଓ ଶ୍ରଦ୍ଧାଳୁଙ୍କ ସମାଗମକୁ ଲକ୍ଷ୍ୟ କରି ବଜାର ମଧ୍ୟରେ ପୁରୁଷ ଓ ମହିଳା ମାନଙ୍କ ପାଇଁ ଏକ ଅସ୍ଥାୟୀ ସୈାଚାଳୟ, ପାନୀୟ ଜଳ ଯୋଗାଣ, ଟ୍ରାଫିକ ସମସ୍ୟା ଏବଂ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୁଲିସ ମୃତୟନ ପାଇଁ କମିଟିର ସଭାପତି ବନୋଜ କୁମାର ସ୍ୱାଇଁ, ସମ୍ପାଦକ ଅଶୋକ କୁମାର ବିଶ୍ୱାଳ, କୋଷାଧ୍ୟକ୍ଷ ମନୋଜ କୁମାର ସାହୁଙ୍କ ସମେତ ବାସୁଦେବ ପଲେଇ, ବିପିନ୍ ବିହାରୀ ପଣ୍ଡା, ଚନ୍ଦ୍ରମଣି ସାହୁ, ଗୋବିନ୍ଦ ଚନ୍ଦ୍ର ମହାରଣା, ପଞ୍ଚାନନ ରାଉତ, ପ୍ରଦୀପ ସାହୁ, କାର୍ତିକ ନାୟକ, ନୀଳମଣି ବେହେରା, ହୃଦୟ କୁମାର ସାହୁ ପ୍ରଭୃତି କମିଟିର କାର୍ଯ୍ୟକର୍ତା ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଜଣାଇଛନ୍ତି ।