ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ପକ୍ଷରୁ କ୍ୟାରିୟର ପ୍ରଦର୍ଶନୀ

 ଭୁବନେଶ୍ୱର  : ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱର ଆନୁକୂଲ୍ୟରେ ଏକ ଦୁଇଦିନିଆ କ୍ୟାରିୟର୍ ପ୍ରଦର୍ଶନୀ ଭୁବନେଶ୍ୱରସ୍ଥିତ ପିଏଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ନଂ-୩ରେ ଉଦଯାପିତ ହୋଇଯାଇଛି । ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ଅଧ୍ୟକ୍ଷା ପ୍ରଫେସର ମାନସୀ ଗୋସ୍ୱାମୀ ଏହାକୁ ଉଦ୍ଘାଟନ କରି କହିଛନ୍ତି, ‘ଜାତୀୟ ଶିକ୍ଷାନୀତି ୨୦୨୦’ ଆଧାରରେ ଶିକ୍ଷାର ଗୁଣାତ୍ମକ ବିକାଶ ସହ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଦିଗରେ ଏଭଳି ପ୍ରଦର୍ଶନୀ ଦିଗଦର୍ଶନ କରିଥାଏ  । କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଧାନଶିକ୍ଷକ ଡ. ଏ.କେ. ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ । କେଭିଏସ୍ ଭୁବନେଶ୍ୱର ଅଞ୍ଚଳର ଡେପୁଟି କମିସନର ଡ. ଶିହରଣ ବୋଷ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏକବିଂଶ ଶତାବ୍ଦୀର ବଦଳୁଥିବା କ୍ୟାରିୟରଗୁଡିକର ଉପରେ ଆଲୋକପାତ କରିଥିଲେ ।  ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ଶିକ୍ଷା ବିଭାଗମୁଖ୍ୟ ପ୍ରଫେସର ଲକ୍ଷ୍ମୀଧର ବେହେରା, ନବୋଦୟ ବିଦ୍ୟାଳୟ ନୟାଗଡର ଅଧ୍ୟକ୍ଷା ସନ୍ଧ୍ୟା ମହାନ୍ତି, ରଶ୍ମିରେଖା ସେଠୀ, ଡ. ପୁଷ୍ପଲତା ନେଗୀ,  ବି.ଏନ୍. ଷଡଙ୍ଗୀ ଓ ଅନ୍ୟ ଶିକ୍ଷକ ବୃନ୍ଦ ଯୋଗ ଦେଇଥିଲେ ।